Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Karuna kara Ghantual

Inspirational

3  

Karuna kara Ghantual

Inspirational

ଈଶ୍ୱରଙ୍କୁ କୋଟି ନମସ୍କାର

ଈଶ୍ୱରଙ୍କୁ କୋଟି ନମସ୍କାର

1 min
153


ଈଶ୍ୱର ହେ ଈଶ୍ୱର

ତୁମ ପଦ ତଳେ    କୋଟି ଜୁହାର

    ଏ ସାରା ସଂସାର   ତୁମ ପରିବାର

         ତୁମେ ତାଙ୍କ ପିତା ମାତା

କେଉଁ ବାଟେ ଗଲେ     ପଥ ବଣା ହେଲେ

         ସଜାଇବ ତୁମ ଚିନ୍ତା

       ତୁମେତ,ସାରା ବିଶ୍ୱ ପିତା ମାତା

ତୁମ ପିଲା ଯଦି,ଉବାଟରେ ଗଲା,ତୁମେ ହିଁ ସାଇଜି କର ।


କରୋନା ପରିକା       ନିର୍ମମ ଖଡିକା

      ଶୀରେ ପ୍ରହାର ନ କର

ସଜ ଅସଜରେ        ପ୍ରହାର ପଡିଲେ

      ପ୍ରାଣୀ ଯାଏ ଯମପୁର

    ପ୍ରଭୁହେ,ମନରେ ବିଚାର କର

ସୁମଧୁର ବାଣୀ,ତୋଷି ଜନପ୍ରାଣୀ,ଭାବସିନ୍ଧୁ ପରିକର  ।


ଅନ୍ତରର କଥା        ହର ଭଵ ବ୍ୟଥା

      ଏଣୁତ ଅନ୍ତରଜ୍ୟାମି

ସବୁ ଜାଣୁ ଜାଣୁ      ସୃଷ୍ଟି କଲେ ସ୍ଥାଣୁ

       ପ୍ରାଣୀଏ ଯିବେ ଭରମି

    କାହାକୁ,ବୁଝେଇବ ସେ ବେଳର

ତୁମ ଆଙ୍ଗୁଠିରେ, ଦୃଷ୍ଟିନଷ୍ଟ ହେଲେ,କେ ବୋହିବ ଦୋଷଭାର ।


ଅନ୍ଧ ମଣିଷର        ଦୃଷ୍ଟିଦିଅ ଥରେ

      ନିଅ ଆଲୋକ ପଥରେ

ନ ହେଲେ ଦୁନିଆଁ     ହେବ ଦି ଦିନିଆଁ

      ଭାସିବେ ଅଶ୍ରୁ ବନ୍ୟାରେ

    ତୁମେତ, ସକଳ ଅନ୍ତରେ ଥାଅ

ଶତବୁଦ୍ଧି ଦେଇ, ଶତ ଜ୍ଞାନ ଦେଇ,ସୁପଥକୁ ନେଇଯାଅ  ।


Rate this content
Log in

Similar oriya poem from Inspirational