ଜୀଅନ୍ତା ସାକ୍ଷ୍ୟ
ଜୀଅନ୍ତା ସାକ୍ଷ୍ୟ
ମୁଁ ବେଶ୍ ପରିଚିତ
ମୋ ଦୁଃଖମାନଙ୍କ ଅଗଣାରେ
ମୋର ବେଶ୍ ଘନିଷ୍ଠ
କିଏ ନ ଆସିଲେ ବି
ଏମାନେ ଚାଲିଆସନ୍ତି
ମୋ ଏକ୍ଲାପଣରେ ।
ମୁଁ ଏମାନଙ୍କୁ ନିଇତି ପାଏ
ମୋ ଅତୀତରେ
ମୋ ବର୍ତ୍ତମାନରେ
ମୁଁ ଜଳେ ମୁଁ ପାଉଁଶ ହୁଏ
ପ୍ରତିଟି ପ୍ରତିକୂଳ ପରିସ୍ଥିତିରେ ।
ଯଦି ବିଶ୍ୱାସ ହେଉନି
ମୋ ମନକୁ ଦେଖ
ନଚେତ
ଆଖିକୁ ଦ୍ୱୟକୁ ଦେଖ
ଏମାନେ ତ ଜୀଅନ୍ତା ସାକ୍ଷ୍ୟ ।
