ସ୍ବଳ୍ପ ଜୀବନ
ସ୍ବଳ୍ପ ଜୀବନ
1 min
11.9K
ରକ୍ତ,ହାଡ,ମାଂସେ
ଗଢା ଅପଘନ,
ବାଞ୍ଛାରେ ଅନୂନ
ଅଦ୍ଭୁତ ଜୀବନ ।
କିଆଁ ଏତେ ଅହଂ
କିମ୍ପା ଆତ୍ମନ୍,
ଶ୍ମଶାନେ ହେବ
ଦିନେ ଦହନ ।
ସେ ଜ୍ଞାନୀ ହଉ
ଅବା ଅଜ୍ଞାନ,
ଧନୀ ହଉ
ଅବା ନିର୍ଧନ
ମଣିଷ ଜୀବନ
ନୁହେଁ ଚିରନ୍ତନ ।
ଚାଲିଯାଏ ସାଥେ
ଗର୍ବ ଭାବନା,
କୁଲା,ଟୋପା ସାଙ୍ଗେ
ଶୁଭେ ରାମ ହରିନାମ ।
ସ୍ବାବିତ କୁମାର ପାତ୍ର
ଧର୍ମଗଡ଼, କଳାହାଣ୍ଡି
୮୪୫୬୮୦୩୫୯୦
