STORYMIRROR

Swabit Kumar Patra

Classics

3  

Swabit Kumar Patra

Classics

ଶେଷ ଧାଡ଼ିର ଲୋକ

ଶେଷ ଧାଡ଼ିର ଲୋକ

1 min
378

ବଡ ବାବୁ ସାହେବ ପାଖେ

ମୁଣ୍ଡ ଟେକିବାକୁ 

ନାହିଁ ତା ସାହସ କାରଣ 

ସେ ଶେଷ ଧାଡ଼ିର ଲୋକ


ହଁ ସତ ସେ ଗରିବ

ସେ ଦାରିଦ୍ର୍ୟ ସୀମା ଭିତରେ

ସୀମା ଉଲ୍ଲଂଘନ କରିବାକୁ 

ନାହିଁ ତା ସାହସ

 କାରଣ ସେ ଶେଷ ଧାଡ଼ିର ଲୋକ


ହଁ ସତ ଲୋକେ କରନ୍ତି

ଘ୍ରୃଣ୍ୟ ବ୍ୟବହାର

କିନ୍ତୁ ସେ ସହିଯାଏ 

ସେ ସହନଶୀଳ 

କାରଣ ସେ ଶେଷ ଧାଡ଼ିର ଲୋକ


ସେ ସେହି ଇଲାକାରେ

ଯେଉଁଠି କେବଳ ଅନ୍ଧକାର

ଅନାଟନରେ ହାହାକାର

ସେଠୁ ମୁକୁଳିବାର 

ନାହିଁ ତା ସାହସ 

କାରଣ ସେ  ଶେଷ ଧାଡ଼ିର ଲୋକ


ଏ ଦୁନିଆଁରେ 

ତାର କି ଅସ୍ତିତ୍ବ ଅବା ଆକାର

ସେ ନୁହେଁ କାହା ପର ଆପଣାର

କାରଣ ସେ ଶେଷ ଧାଡ଼ିର ଲୋକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics