ଶେଷ ଧାଡ଼ିର ଲୋକ
ଶେଷ ଧାଡ଼ିର ଲୋକ
ବଡ ବାବୁ ସାହେବ ପାଖେ
ମୁଣ୍ଡ ଟେକିବାକୁ
ନାହିଁ ତା ସାହସ କାରଣ
ସେ ଶେଷ ଧାଡ଼ିର ଲୋକ
ହଁ ସତ ସେ ଗରିବ
ସେ ଦାରିଦ୍ର୍ୟ ସୀମା ଭିତରେ
ସୀମା ଉଲ୍ଲଂଘନ କରିବାକୁ
ନାହିଁ ତା ସାହସ
କାରଣ ସେ ଶେଷ ଧାଡ଼ିର ଲୋକ
ହଁ ସତ ଲୋକେ କରନ୍ତି
ଘ୍ରୃଣ୍ୟ ବ୍ୟବହାର
କିନ୍ତୁ ସେ ସହିଯାଏ
ସେ ସହନଶୀଳ
କାରଣ ସେ ଶେଷ ଧାଡ଼ିର ଲୋକ
ସେ ସେହି ଇଲାକାରେ
ଯେଉଁଠି କେବଳ ଅନ୍ଧକାର
ଅନାଟନରେ ହାହାକାର
ସେଠୁ ମୁକୁଳିବାର
ନାହିଁ ତା ସାହସ
କାରଣ ସେ ଶେଷ ଧାଡ଼ିର ଲୋକ
ଏ ଦୁନିଆଁରେ
ତାର କି ଅସ୍ତିତ୍ବ ଅବା ଆକାର
ସେ ନୁହେଁ କାହା ପର ଆପଣାର
କାରଣ ସେ ଶେଷ ଧାଡ଼ିର ଲୋକ
