STORYMIRROR

Swabit kumar Patra

Others

3  

Swabit kumar Patra

Others

ଅକିଞ୍ଚନ

ଅକିଞ୍ଚନ

1 min
13.6K


ଭିକ୍ଷା ମଗା ଥାଳିକୁ ଅନାଇ

କହୁଛି ଭିକାରୀ

ଲୋତକ ଝରେଇ ।

ନିର୍ଧନ ଅଟେ ମୁଁ

ଅଟେ ମୁଁ ଅକିଞ୍ଚନ

ମାନ, ଯଶ ପାଇଁ

କରିନିତ ଅଭିମାନ ।

ଜୀବନେ ମୋର

ଭାରି ଅନଟନ କିନ୍ତୁ

ଜୀବନଟା ମୋର

ପୂର୍ଣ୍ଣ ଶୋଭନ ।

ନିର୍ଧନ ବୋଲି ଲୋକେ

କରନ୍ତି କେତେ ଘୃଣା

ଏ ଜଗତେ ମୁଁ ଅଜଣା

ଅଟେ ମୁଁ ବାଟବଣା।

ନାହିଁ ପରିଧେୟ

କହନ୍ତି ଅନାର୍ଯ୍ୟ,

ଭିକ ମାଗେ ବୋଲି

ନୀଚ ମୋ କାର୍ଯ୍ୟ ।

ଜୀବନଟା ମୋର

ଅଟେ ଯେ ତିମିର,

ଅଟେ ମୋ ଜୀବନ ନିର୍ବିକାର ।

କିନ୍ତୁ ହୃଦୟ ମୋର

ସ୍ନେହ ଦାୟକ

ତିଳେ ମାତ୍ର ନୁହେଁ

ଘୃଣାର ପ୍ରତୀକ ।

ନାହିଁ ମୋ ଭାଗ୍ୟରେ

ଭଲ ପିନ୍ଧିବା ଓଢିବା,

ଉନ୍ନତି ପଥେ ଯିବାର

ନାହିଁ ମୋ କ୍ଷମତା ।

କରି ପରିଶ୍ରମ

ଚଲାଏ ଜୀବନ,

ନିର୍ଧନ ଅଟେ ମୁଁ

ଅଟେ ମୁଁ ଅକିଞ୍ଚନ ।

______________


ସ୍ବାବିତ କୁମାର ପାତ୍ର

ମେରଘରା, ଧର୍ମଗଡ଼


Rate this content
Log in