STORYMIRROR

Debabrata Mishra

Tragedy Inspirational Others

3  

Debabrata Mishra

Tragedy Inspirational Others

ଜୀବନ ସନ୍ଧାନ

ଜୀବନ ସନ୍ଧାନ

1 min
209


ଜୀବନ ଖୋଜଇ ଜୀବନ ଏଇଠି

ନିଶ୍ୱାସ-ପ୍ରଶ୍ୱାସ ହିଁ ଦିଶେ ସବୁଠି,

କାହିଁ ଚାଲିଗଲା ପିଲାଳିଆପଣ 

ଅଳି ଅର୍ଦ୍ଦଳି ଓ ଖୁସିର ପ୍ରାଙ୍ଗଣ, 

ନଥିଲା ଟିଭିର ବିଜୁଳି ଶବଦ

ନଥିଲା ମୋବାଇଲର ସମ୍ବାଦ,

ମନୋରଞ୍ଜନ ଥିଲା ପରିବାର

ଏବେ ଭିଡ଼େ ଲାଗେ ଏକାକାର, 

ଖୁସିଗପରେ ଘରେ କୋଳାହଳ

ମଧୁରେ ଭରିଲା କେତେ ଗରଳ, 

ଆଧୁନିକତା ଏଯେ କ'ଣ କରିଲା

ଜୀବନେ ଏବେ ଜୀବନ ହଜିଲା, 

ଗୁରୁଜନଙ୍କର ସେ ଆକଟ ଗାଳି

ହଜିଲା ବୋଲି ସମାଜେ କଳି, 

ସମ୍ପର୍କରେ ନାହିଁ ମଧୁରତା ଆଉ

ଯନ୍ତ୍ରଣା ଦିଅଇ ଯନ୍ତ୍ରର ଏ ଦାଉ,

ଉପାର୍ଜନ ପାଇଁ ବିକଳତାପଣ

ପରିବାର ପାଇଁ ଛଟପଟ ମନ, 

ମଣିଷପଣିଆ ଲକ୍ଷେରେ ଏକେ

ପ୍ରଂଶସା ମିଳେ ସମାଜ ଟେକେ,

ଗାଁ ଆତ୍ମିୟତା ହୋଇଲା ନାଶ

ନୁଆ ସଭ୍ୟତା କଲା ପ୍ରବେଶ, 

ମଣିଷର ସିନା ବଢୁଛି ଆୟୁଷ

ଶରୀର ଘାରୁଛି ଔଷଧ ବିଷ, 

ଜୀବନ ଖୋଜେ ଜୀବନ ପରା

ଶୁଖିଯାଉଛି ଆମ ସୁନ୍ଦର ଧରା, 

ଗାଡ଼ି ଯନ୍ତ୍ରପାତି ଯନ୍ତ୍ର କରିଦେଲା

ନରନାରୀ ଅଳସୁଆ ହୋଇଗଲା, 

ପ୍ରକୃତି ମଣିଷ କୃତ୍ରିମରେ ବଞ୍ଚେ

ସମ୍ପର୍କ ପାଇଁ ମିଛେ ସ୍ନେହ ଛିଞ୍ଚେ, 

ହେ ଈଶ୍ବର ଦେଖାଅ ହେ ବାଟ

ଜୀବନ ପାଇଁ ଜୀବନର ପାଠ, 

କେଉଁଠି ମିଳିବ ସୁନ୍ଦର ଜୀବନ

ଜୀବନ କରୁଛି ଜୀବନ ସନ୍ଧାନ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy