STORYMIRROR

Manaswini Dash

Tragedy

3  

Manaswini Dash

Tragedy

ଭୋକିଲା ପେଟ

ଭୋକିଲା ପେଟ

1 min
243

ନଭଶ୍ଚୁମ୍ବୀ ଐଶ୍ୱର୍ଯ୍ୟ ଆଉ ଉଲ୍ଲାସ ଅନ୍ତରେ ଶୁଭେ କରୁଣ ଚିତ୍କାର 

ସମସ୍ତ ଉଲ୍ଲାସ, ଉନ୍ମାଦନା ଭିତରେ ପ୍ରତିବିମ୍ବିତ ହୁଏ ବିଷାଦ

ହୃଦୟର ସବୁଜ ପ୍ରାନ୍ତରେ ପୁଣି ଅବାଂଛିତ ସାହାରାର ଅବସ୍ଥିତି 

ଏସବୁର ଆବିର୍ଭାବ ତ ଭୋକର ଭୂଗୋଳ ଆଉ ତାର ମୃତ୍ୟୁରୂପୀ ଯନ୍ତ୍ରଣା ପାଇଁ 

ଭୋକର ଅସହ୍ୟ ତାତିରେ ଜୀବନ ଜଳିପୋଡ଼ି ପାଲଟିଯାଇଛି ବାଧ୍ୟ ମରୁଭୂମି 

ଭୋକିଲା ପେଟ ଆଜି ଚିତ୍କାର କରୁଛି ମୁଠାଏ ଭାତ ପାଇଁ 

ମାତ୍ର ସର୍ବତ୍ର ହା ହା କାର

ଆଉ ମର୍ମନ୍ତୁଦ କରୁଣସିକ୍ତ ଭାଓଲିନର ସ୍ୱର 

କେହି ନାହିଁ ଆଜି ସେହି କ୍ଷୁଧା ର ଅଗ୍ନିକୁ ନିର୍ବାପିତ କରିବା ପାଇଁ 

ଭୋକର ବିକଳ ଚିତ୍କାର ଟାଣିନେଇଛି ଅଳିଆଗଦାକୁ, ବସ ଷ୍ଟାଣ୍ଡକୁ, ରାସ୍ତା କଡ଼କୁ

 ଆଉ ନିଜ ଦେହକୁ ବିକ୍ରି କରିବାର ଅବାଂଛିତ ଅଭିଳାଷକୁ 

ଭୋକିଲା ପେଟ ଭୁଲିଯାଇଛି ଶିକ୍ଷା, ସଭ୍ୟତା ଆଉ ନିଜକୁ ଗଢିବାର ଆତ୍ମ ପ୍ରଚେଷ୍ଟା 

କୋଟି ପର୍ବତର ଅଭିମାନ ବି ଧରାଶାୟୀ ଆଜି ତାର ଅତ୍ୟାଚାରରେ 

ଆଜି ସର୍ବତ୍ର ଥରିଲା ଓଠରେ ବେଦନାର ବିଳାପ 

ନାହିଁ ଆଜି କେଉଁଆଡେ ହିତାକାଂକ୍ଷୀ ଆଗନ୍ତୁକ 

ମହାଶୂନ୍ୟତାର ଉପନିଷଦ, ବେଦାନ୍ତ 

ଗୋଟେ ଏକାକୀ ଦ୍ବୀପର କାନ୍ଦଣା 

ହାର ମାନିଛି ସରକାରୀ ଯୋଜନା, ହାର ମାନିଛି ପ୍ରଶାସନ 

କେବଳ ମିଥ୍ୟାର ଶିଳାରେ ସତ୍ୟର ବିଫଳ ସନ୍ଧାନ 

ତଥାପି ହାରିନି ସ୍ବପ୍ନ ସାଧକ 

ଆଜିବି ଅଛି ଜିଁବାର ନୀଳାଭ ଆକାଶ 

ହାରି ନାହିଁ, ହାରି ନାହିଁ ଛୁଇଁବ ସେ ଆରକୂଳ ସ୍ୱପ୍ନ ତପୋବନ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy