STORYMIRROR

Chittaranjan Nanda

Tragedy Inspirational Others

3  

Chittaranjan Nanda

Tragedy Inspirational Others

ଗଢିବା ସୌନ୍ଦର୍ଯ୍ୟମୟ ଦୁନିଆ

ଗଢିବା ସୌନ୍ଦର୍ଯ୍ୟମୟ ଦୁନିଆ

1 min
157


ଜୀବନରେ ଆସେ କେତେ ଯେ ପରୀକ୍ଷା, 

ଭାବନା ଆସେ ମନରେ

ଉତ୍ତୀର୍ଣ୍ଣ ହେବି କି ହାରିବି, ଜାଣୁନା, କିନ୍ତୁ 

ଥାଏ ଜିତ୍ ର ସ୍ୱପ୍ନ ହୃଦୟରେ |୧|


ସେ ସ୍ବପ୍ନ ଭିତରେ, ତଥାପି ମଣିଷର ଆଶା

ତ କେବେ ସରେନା,

କଷ୍ଟ ଜୁଡୁବୁଡୁ, ସବୁ ରହସ୍ୟମୟ, ଭୁଲ୍ ଠିକ

ଚିନ୍ତାରେ ରହେ ଭାବନା |୨|


କର୍ମ, ଜ୍ଞାନ ଭକ୍ତି, ତିନି ପ୍ରକାର ଯୋଗ ମାନବ

ଚଳଣୀର ଅଟେ ମୁଖ୍ୟ ଉପାଦାନ

ଏଥିରେ ଚଳିଲେ, ମଣିଷ ଉଡାଏ ଜୈତ୍ର ବାନା  

କୁହ ତାକୁ କାଗଜ ଫୁଲ ସୁରଭି ବିହୀନ |୩|


ଦେଖ ପରିଶ୍ରମୀ ହୋଇ ଶ୍ରମିକ କୃଷକ କରି ସବୁ 

କଳ କାରଖାନା, ଅଟ୍ଟାଳିକା ଓ ଚାଷ

ଅଣ୍ଡାଳିଲେ ତାର ପକେଟ ଜାଣ, ମୋ ଭଉଣୀ ଭାଇ 

ପାଇବ ନାହିଁ ତା ପାଖେ ଟଙ୍କା ପଚାଶ |୪|


ମନ ରହେ କିପରି ବିନା ପରିଶ୍ରମରେ ଲୋକେ 

ପାଇବେ ପ୍ରଚୁର ଅର୍ଥ 

ସେହି ମନସ୍ତତ୍ତ୍ୱରେ ଅର୍ଜିବାକୁ ଅର୍ଥ, କରେ ତ 

ମଣିଷ ନାନା ଅନର୍ଥ  |୫|


କିରାଣୀ ହୋଇ ଠକି ଭଣ୍ଡି ଲୋକଙ୍କୁ, ବିଭିନ୍ନ 

ସ୍ଥାନରେ ଗଢଇ କେତେ ଅଟ୍ଟାଳିକା

ଧରା ପଡିଲେ ହୁଏ ସମାଜରେ କେତେ ହୀନିମାନ 

ଚଢୁଥାଉ ଲକ୍ଷ ଲକ୍ଷ ଟଙ୍କାର ଗାଡି ଇଣ୍ଡିକା |୬|


ମାଲାମାଲ ହୁଏ, ବିନା ପରିଶ୍ରମେ, ଦଲାଲ 

ଠକି ଭଣ୍ଡି ସାଧାରଣ ଜନତାଙ୍କୁ, 

ଠକ ଭଣ୍ଡ ବାବାଜୀ, ରାଜନେତା ଶୁଅନ୍ତି କଳା

ଟଙ୍କାରେ ଦେଖନ୍ତି କେତେ ସପନକୁ|୬|


ବିନା ଖଟଣିରେ ଧନୀ ଶ୍ରମର ଶୋଷଣେ, ଚୋର

ସୁଯୋଗ ପାଇଲେ ଠୁଳ କରେ ଅଜସ୍ର ଟଙ୍କାକୁ

ଯେତେ ଦୂର ଉଡୁ ସେମାନଙ୍କ ବାନା, ଆସିଲେ

ସମୟ ଲାଗେନି ସେ ଦୀପ ଶିଖା ଲିଭିବାକୁ |୭|


ସୃଷ୍ଟିରେ, ଉତ୍ତମ କରମ ଓ କର୍ତ୍ତବ୍ୟ ସାଧନରେ

ମଣିଷ ସୌରଭର ସୁରା ଢ଼ାଳିଥାଏ

ଜୀବନର ପ୍ରତିଯୋଗିତାରେ, ସୁନ୍ଦର ସୁଷମାଭରା 

ସୌନ୍ଦର୍ଯ୍ୟମୟ ଦୁନିଆ ଦେଖାଏ |୮|


Rate this content
Log in

Similar oriya poem from Tragedy