STORYMIRROR

Manaswini Dash

Tragedy

3  

Manaswini Dash

Tragedy

ଅଭାଗା ମଣିଷ

ଅଭାଗା ମଣିଷ

1 min
176

ଭାଗ୍ୟ ଆଜି ପାଲଟିଛି ଏକ ଅଜଣା ଆଗନ୍ତୁକ 

ବିପର୍ଯ୍ୟସ୍ତ ଆଉ କଳୁଷିତ ହୋଇଛି ଜନ୍ମଜାତକ 

ଜୀବନ ଲାଗେ ଆଜି ଅଭିଶାପର ଗନ୍ତାଘର 

କରୁଣ ଚିତ୍କାର ଅତିଷ୍ଠ କରେ ବିଷାଦର, ଯନ୍ତ୍ରଣାର 

ମହାମାରୀ ପୁଣି ବନ୍ୟାର ଅମାନୁଷିକ ଅତ୍ୟାଚାର 

ସବୁ ଆଡେ ରଚିଗଲା ଇତିହାସ ଅଭୂତପୂର୍ବ ଧ୍ୱଂସର 

ସବୁକିଛି ଲୋଟିନେଇ ବନେଇଦେଲା ଏକ ଅଭାଗା ମଣିଷ 

ଜେଉଁଠିନାହିଁ ଦରଦ, ସାହାରା ଆଉ ସହାନଭୂତିର ପରଶ

ବାସସ୍ଥଳୀ ଆଜି ବନ୍ୟାଜଳ ର ଗଭୀରତାରେ ଲୋଟିଗଲା ନୀରବରେ 

ସବୁ ଆଶା, ଭରସା ଜଳାର୍ଣ୍ଣବରେ ଭାସିଗଲେ କେଉଁ ଅଜଣା ରାସ୍ତାରେ 

କ୍ଷେତରେ ଯେଉଁ ସବୁଜ ବନାନୀ ସବୁ ଆଶାର ସ୍ଥଳୀ ପାଲଟିଥିଲା 

ସବୁକିଛି ବିନା ଦ୍ବିଧାରେ ବନ୍ୟା ଜଳର ଅମାନିଆ ଛନ୍ଦରେ ଧୋଇଗଲା 

ଧରାଶାୟୀ ହୋଇଗଲା ଭବିଷ୍ୟତ ପାଇଁ ସଂଚିତ ସମସ୍ତ ସ୍ବପ୍ନ ଆଉ ଅଭିଳାଷ 

ହୃଦୟରେ ଗୁଂଜରିତ ହୁଏ ବେସାହାରାର ରାଗିଣୀ ଆଉ ଅମାପ ଅବଶୋଷ 

ମହାମାରୀ କରୋନାର ଆବିର୍ଭାବ ଯେମିତି ପାଲଟିଯାଇଛି ଏକ ଦୀର୍ଘସ୍ଥାୟୀ ଅତ୍ୟାଚାର 

ହଜିଯାଇଛି ଜୀବିକା, ଜିଁବାର ରାହା, ସାଉଁଟିବାକୁ ପଡେ ଆଜି କେବଳ ଅମା ଅନ୍ଧକାର 

କେବଳ ଦିଗନ୍ତବିସ୍ତାରି ନଭକୁ ଚାହିଁ ଛାଡେ ଆଜି ତତଲା ନିଶ୍ୱାସ 

ହଜିଯାଇଛି ସମସ୍ତ ସ୍ୱପ୍ନ, ଅଭିଳାଷ ଆଉ ନାହିଁ ଆଗକୁ ବଞ୍ଚିବାର ବିଶ୍ୱାସ 

ଅତୀତ ଆଜି ଇତିହାସ କୋଳରେ ଅସ୍ତମିତ ମାତ୍ର ଆତଙ୍କିତ ଭବିଷ୍ୟତ ଆଜି ଅତିଷ୍ଠ କରେ 

ମରଣ କୋଳରେ ସମର୍ପିତ ହୋଇଯିବାକୁ ମନ ଆଜି ନିର୍ଦ୍ବନ୍ଦରେ ଇଚ୍ଛା କରେ 

ମନ ଖୋଲି ଚିତ୍କାର କରି କହିବାକୁ ଇଚ୍ଛା ହୁଏ ସତରେ ମୁଁ ଜଣେ ଅଭାଗା ମଣିଷ 

ଯାହାର ନାହିଁ କିଛି ଆଶା, ସ୍ୱପ୍ନ, ଭରସା ଆଉ ବିଶ୍ୱାସ, କେବଳ ଅବଶୋଷ ହିଁ ଅବଶୋଷ || 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy