STORYMIRROR

Laxmipriya Mohanta

Tragedy Inspirational

3  

Laxmipriya Mohanta

Tragedy Inspirational

ମୋ ଲକଡାଉନ୍ ଅନୁଭୂତି

ମୋ ଲକଡାଉନ୍ ଅନୁଭୂତି

1 min
241


ଚାଇନା ଦେଶରୁ ସୃଷ୍ଟି ଯେ ତାହାର 

  'ୟୁହାନ୍' ତା' ଜନ୍ମ ସ୍ଥାନ,

ଅଭିଶାପ ପ୍ରାୟେ ଏ ବରଷ ସତେ

  ଧରେ କଲା ଅବତରଣ । (୧)


ବନ୍ଦ୍ ହେଲା ସବୁ ଦୋକାନ ବଜାର 

  ଲକ୍ ଡ଼ାଉନ୍ ହେଲା ଜାରି,

ଯାନ ବାହନ ଯେତେ ଅଚଳ ହେଲା

  ପ୍ରବାସୀ ନ ପାରନ୍ତି ଫେରି। (୨)


କୁଢ଼ କୁଢ଼ ଶବ ଉଠେ ଘର ଘର

 ଆତଙ୍କେ କରୋନା ପ୍ରକୋପେ,

କି ଆବାଳ, କି ବୃଦ୍ଧ ଅବା ବନୀତା 

  ଲିଭି ଯାଏ ଜୀବନ ଦୀପ।(୩)


ଯୋଦ୍ଧା ସାଜି ଆଜି କରୋନା କୁ ଲଢେ

  ନର୍ସ , ପୋଲିସ୍ ଓ ଡ଼ାକ୍ତର,

ବୋଲୁଥାନ୍ତି ସଦା ବ୍ୟବହାର କର

  ମାସ୍କ୍ ଓ ସେନିଟାଇଜର ।(୪)


ଆପଣାର ଆଜି ସାତ ପର ହୁଏ

 ବୋଲନ୍ତି କରୋନା କରୋନା,

ସ୍ନେହ ମମତାର ସୂତା ଛିଣ୍ଡି ଯାଏ

 ଦୂରେଥାନ୍ତି କରି ବାହାନା ।(୫)



ଠୁଳ ଠୁଳ ସ୍ବପ୍ନ ନେତ୍ରେ ସୋଜ୍ଜିଥିଲି 

  ମୁକ୍ତ ଆକାଶେ ହେବି ପରୀ,

କି ଖେଳ ଖେଳିଲା ମୋ ସହ କରୋନା

 ମୁଁ ସାଜିଲି ପିଞ୍ଜରା ଶାରୀ ।(୬)



ପାଦେ ମାତ୍ର ପାଦ ନ ପାରଇ କାଢି

 ଏ କରୋନା କଳୁଷ ପଙ୍କେ,

ସବୁ ସ୍ବପ୍ନ ଆଜି ଧୂଳିସାତ ହୁଏ 

 ଜଳେ ଅସହ୍ୟ ବହ୍ନି ବୁକେ । (୭)


ବିତୁଛି ମୋ ଦିନ ନିରୋଳା ନିର୍ଜନେ

 ସାଙ୍ଗ ସାଥି ପ୍ରୀତି ବିହୁନେ,

ଭଗ୍ନ ସ୍ତୁପ ପ୍ରାୟେ ଏ ଶରୀର ପଡେ

 ଗ୍ରାସେ ବିଷାଦ ଛାୟା ମନେ । (୮)


ଗର୍ବ କରୁଥିଲା ଶକ୍ତିଶାଳୀ ବୋଲି

  ଋଷ୍, ଜାପାନ୍ ଆମେରିକା,

ଭାଙ୍ଗି ପଡ଼ିଛି ଆଜ ତା' ମେରୁଦଣ୍ଡ

 ଦେଖି କରୋନା ବିଭୀଷିକା ।(୯)


ଏ ଶିକ୍ଷା ତ ଦେଲା କରୋନା ନିଶ୍ଚିତ 

 ତୁ !ଶୁଣି ରଖ୍ କନେ କାନେ,

ଗର୍ବ ନ କର , ପାଣି ଫୋଟକା ସମ 

 ନ ଥିବ ଏ ଜୀବନ ଦିନେ ।(୧୦)


ଜୀବନ ନଉକା ଟଳମଳ ହୁଏ 

  ଚାହିଁ ଦିଅ ମୋ ପ୍ରଭୁ ଫେରି ,

ପାରି କରି ଦିଅ କରୋନା କୋରାଳୁ

 ଅନ୍ତରୁ କରୁଛି ଗୁହାରୀ । (୧୧)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy