STORYMIRROR

Laxmipriya Mohanta

Inspirational

4  

Laxmipriya Mohanta

Inspirational

ମହୁମାଛି ! କଣ କହୁଛି ?

ମହୁମାଛି ! କଣ କହୁଛି ?

1 min
424

ପହିଲି ପ୍ରଭାତ ଅଗମନେ,   ନବ ରବି ରଶ୍ମି ବିତରଣେ ,

     ବିହରେ ମୁଁ ଉତଫୁଲ୍ଲେ ବ୍ୟୋମ ବକ୍ଷରେ ।

ସଞ୍ଚାରିତ ହୁଏ କ୍ଷୀଣ ଆଶା, ମଧୁ ସଞ୍ଚିବାର ଲାଳସାଆ,

     ମଧୁରସ ସଞ୍ଚୟେ ମୋ ଭଣ୍ଡାର ଭୋରେ।୧।


କି ବର୍ଷା କି ଶୀତ କି ବସନ୍ତ , କର୍ମେ ଲୀନ ଧାଁଏ ଇତସ୍ତତଃ,

      ହତଭାଗା ମୁଁ ନ ସଞ୍ଚେ ମୋ ପାଇଁ କିଛି।

ପରହିତେ ପର ପାଇଁ ମୁହିଁ, ମୋ ଜୀବନକୁ ଦିଅଇ ଢାଳି,

      ବିଭୁ କୃପେ ଆଜ ଜନ୍ମ ମୋ ମହୁମାଛି।୨।


ବିନା କଷ୍ଟେ କି ମିଳଇ କୃଷ୍ଣ, ହେ ପ୍ରାଣୀଗଣ! ବାକ୍ୟ ମୋ ଶୁଣ,

     ମୁଖେ ନ ପଶେ ଆହାର କଲେ ଶୟନ।

ଭାଙ୍ଗି ଦେଇ ବାବୁ ଜଡ ମନ,  ବେଳ ଥାଇ ହୁଅ ସାବଧାନ,

      ଉଠ ଉଠ ଜାଗ, ଛାଡ଼ ସୁପ୍ତ ଜୀବନ ।୩।


ଯାଏ ସିନା ବୃଥା ଧନ ରତ୍ନ,  ବୃଥା ପୁଣି ଏ ରୂପ ଯୌବନ,

     କରମର ଫଳ ହୁଏନା ବୃଥା କେବେ ।

ଜାଳିଦେ ନବୀନ ଜ୍ୟୋତି ମନେ,  କରିବୁ ରାଜତ୍ଵ ବିଶ୍ୱେ ଦିନେ,

    ଗାଇବେ ଆନନ୍ଦେ ତୋହରି ଗୀତି ସର୍ବେ ।୪।


Rate this content
Log in

Similar oriya poem from Inspirational