STORYMIRROR

Sabita Nayak

Tragedy

3  

Sabita Nayak

Tragedy

ପତ୍ନୀ ମୋ ପରମ ବନ୍ଧୁ

ପତ୍ନୀ ମୋ ପରମ ବନ୍ଧୁ

1 min
191

କଅଁଳ ଛୁଆଙ୍କ ମୁହଁକୁ

ଆଉ ଜମା ଚାହିଁହେଉନି

କତରା ଧରିଥିବା ରୋଗିଣା ମା'ଟିର

ପେଟ ପଶିଯାଏ ଖୁଁ ଖୁଁ କାଶି କାଶି

ପତ୍ନୀର ମୁହଁକୁ ବିକଳରେ

ଚାହିଁଲେ ପତି।


ଚାରିମାସ ହେଲା କାମଧନ୍ଦା ତ ନାହିଁ

ପଇସାଟିଏ କେଉଁଠୁ ଆଣିବି

ମା'ର ଔଷଧ?

ଛୁଆଁଙ୍କର ଖାଇବା?

ହେ ଭଗବାନ!

ତୁମେ ହିଁ ଭରସା

ହଜିଯାଏ କୁଆଡେ ମୋ ବୁଦ୍ଧି

ପତ୍ନୀଙ୍କ ହାତରେ ସାତଗଣ୍ଠିହୋଇ

ଚିରାକନ୍ଥାତଳେ ମଳିନ ପଡିଥିବା

ଗୋଟିଏ ସୁନାମୁଦି।


ପତିକୁ କହିଲେ ମନେପଡୁଛି

ତୁମେ ଦେଇଥିବା

 ପ୍ରଥମ ଉପହାର

ଆଜିଯାଏ ମୁଁ ରଖିଛି ସାଇତି

ପତିଙ୍କର କଣ୍ଠ ବାଷ୍ପରୁଦ୍ଧ

ଆଖିରେ ଅମାନିଆ ଅଶ୍ରୁ

ସତରେ ଭଗବାନ

ତୁମେ ମହାନ୍

ପତ୍ନୀ ରୂପେ ଭେଟି ଦେଲ

 ମୋ ପରମବନ୍ଧୁ।



Rate this content
Log in

Similar oriya poem from Tragedy