ତଥାପି ଭୋର ବାକି
ତଥାପି ଭୋର ବାକି
ସଞ୍ଜ
ପାଦରେ ନାଇଲା କୃଷ୍ଣ ପ୍ରେମ ପାଉଜି
ଅଙ୍ଗେ ଅଙ୍ଗେ ମାଖିଲା ପସରା ଭର୍ତ୍ତି କଳା ରଙ୍ଗ
ଘଣ୍ଟ ଘଣ୍ଟା ଶବ୍ଦ ଓ ଥାଟ ପାଟ
ପ୍ରସ୍ତୁତ
ଉଠିବ ଏଥର ରାତିର ସଵାରୀ
ମନ୍ଦିର ବେଢା ବି
ମହ ମହ ବାସୁଥିଲା
ଗୁଆ ଘିଅ ପୋଡା
ସଳିତା ବାସ୍ନାରେ
ସଞ୍ଜ ହାତରେ କନକ ଆଞ୍ଜୁଳି।
ଷ୍ଟ୍ରିଟ ଲାଇଟ୍
ଫିଙ୍ଗୁଥିଲା ଆମନ୍ତ୍ରଣ
ଆଖିଇସାରା
ଛାଟିପିଟି ହେଉଥିଲା ସଞ୍ଜ
ସଵାରୀ ଭିତରୁ କୁଦି ପଡି
ହଜେଇ ଦେବାକୁ ତୀବ୍ର ଇଚ୍ଛା
ମଧୁ ମାଳତୀ କୁଞ୍ଜେ
ଯହିଁ ବଂଶୀ
ଡାକୁଥିଲା ଅଧିରେ।
କିନ୍ତୁ ସଞ୍ଜର କଣ
ସ୍ବାଧୀନତା,
ଇଚ୍ଛା ଅନିଚ୍ଛା ବୋଲି କିଛି ଅଛି !
ଓଠ ତାର ଯେତେ ଲିପିଷ୍ଟିକ ନାଇଲେ ବି
କେଉଁ ଲୁଚୁ ଥିଲା ଓଠ କାମୁଡ଼ା କ୍ଷତ !
ସଵାରୀ ବାହକଙ୍କ ଅଶ୍ଳୀଳ କୁହାଟ
ପହଞ୍ଚେଇ ଦେଲା ସବରୀକୁ
ରାତି ଅନ୍ତପୁରେ
ରାଜ୍ୟ ନାହିଁ
ରାଜ କୁମାର କାହୁଁ ଆସିବେ
ହସୁଥିଲେ ହ୍ବିସ୍କି ବୋତଲ
ଚିକେନ୍ ଗୋଡ଼ ନାଚୁଥିଲେ
ଡିଜେ ଡ୍ୟାନ୍ସ
ରାକ୍ଷସ
ଚୋବେଇ ଦେଲେ
ସଞ୍ଜ କଅଁଳ ମାଉସ।
