STORYMIRROR

Kalpana Satpathy

Tragedy Inspirational

3  

Kalpana Satpathy

Tragedy Inspirational

ନିର୍ଜନର ସାଥୀ

ନିର୍ଜନର ସାଥୀ

1 min
203

ନିର୍ଜନ ବନରାଜିର ପ୍ରାନ୍ତରରେ ବୁଲୁ

ଅବଶାଦଗ୍ରସ୍ତ ନୟନର ବିଷାଦଗ୍ରସ୍ଥ

ବୁକୁତଳର ଅସୁମାରୀ ଆଶା ଓ ସ୍ୱପ୍ନ ତଳେ

ଝାଉଁବଣରୁ ଆସୁଥିବା ସେହି ବିକଟାଳ ଶବ୍ଦ

ତରଙ୍ଗରେ ତରଙ୍ଗାୟିତ ମଧୁର ମୂର୍ଚ୍ଛନାର

ମୁହୂର୍ତ୍ତରେ କିଏ ଜଣେ କହୁଥିଲା

ମୋତେ ତୁମେ କରିନିଅ ସାଥୀଟିଏ

ମନର କୋହ ଭରା ଦୁଃଖ ସବୁ

ବାଣ୍ଟିଦିଅ ଆଜି ଏହି ସୁନେଲି ସ୍ୱପ୍ନର

ତାଜମହଲ ତଳେ ସିଏ ଥିଲା ସମୟ

ଦେଖୁଥିଲା ମୋର ସହିବାର ଚରମ

ତୃପ୍ତି ରେ ବାଧା ଆସି କ୍ଷତ ବିକ୍ଷତ

କରି ଦେଉଛି ମୋ ଶରୀର ରଥକୁ।

ଆଖିମିଟି ମିଟି କରି ହସୁଥିଲା

ମୋତେ ଦେଖି କେଉଁ ପ୍ରଛଦପଟରେ

ଖାଲି ମୁ ଅନୁଭବ କରୁଥିଲି ତା'ର

ସେହି ସ୍ପର୍ଶକାତର ହୃଦୟକୁ

ନିର୍ଜନର ସାଥୀ ପରି

ମୁଁ ଏଠି ବନ୍ଧା ପଡିଛି ନିୟତିର

ପ୍ରତିପାଖୁଡାର ଝୁଲୁଥିବା ପେନ୍ଥରେ

ଏ କଳିଯୁଗରେ ସବୁ ଓଲଟା ରୀତିରେ

ନାହଁ ଏଠି ସ୍ନେହ ପ୍ରେମ ଶ୍ରଦ୍ଧା ଓ ଭଲ ପାଇବା

ଯାହା ପାଇଁ ଜୀବନ ବିକଳେ

ସିଏ ତତେ ଜଳାଉଛି ପ୍ରତି ମୁହୂର୍ତ୍ତରେ

ପ୍ରତୀୟମାନ ହୁଏ ଖାଲି ଶୋକର ଛାୟା

ନାଟକର ଶେଷ ଅଙ୍କ ପରି ମିଶିଯିବୁ

କେତେ ବେଳେ ଅଦିନିଆ ଝଡରେ

ମୋତେ ତୁ ସାଥୀ କରି ମୋର ଏହି

ନିରୀକ୍ଷଣ ପର୍ଯ୍ୟବେକ୍ଷଣର

ବାର୍ତ୍ତା ନେଇ ଅବଶିଷ୍ଟ ଦିନ ସବୁ

କାଟିଦେ ଭୁଲିଯାଇ ଅତୀତର

ସେହି ଅଭୁଲା ମୁହୂର୍ତ୍ତର 

ଗୁନ୍ଥା ଗୁନ୍ଥା ଅଫୁରନ୍ତ ଆଶାର

ବିକିରଣର କିରଣକୁ

ଆଗକୁ ପାଦ ଟାଳି ସାରଥୀ

କରିଦେ ମୋତେ ତୁ ଚିରଦିନ 

ପାଇଯିବୁ ମୁକତିର ପରଶକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy