STORYMIRROR

Sarmistha Palai

Tragedy

3  

Sarmistha Palai

Tragedy

ସ୍ୱପ୍ନ ମୋର ଅତୀତ ଟା 'ଭାଗ(୨)

ସ୍ୱପ୍ନ ମୋର ଅତୀତ ଟା 'ଭାଗ(୨)

1 min
178

କିନ୍ତୁ ତୁମେ ମୋତେ କଣ ଦେଲ

ଲାଞ୍ଚ୍ଛନା, ପ୍ରତାରଣା, ଛଳନା

ବୁଝି ଗଲି ତୁମ ପ୍ରେମ ଥିଲା ମିଛ

ବୁଝି ଗଲି ତୁମ ପ୍ରତିଶ୍ରୁତି ଥିଲା ମିଛ

ନା ମୁଁ' ମିଛ ଥିଲି ନା ମୋ ପ୍ରେମ

ବାସ୍ ଆଜି ଏତିକି ଫରକ

ସେ' ସବୁ ସହି ସହି

ଆଜି ମୁଁ' ପଥର ହୋଇ ଯାଇଛି

ନାହିଁ ଆଉ ମନରେ ଆଶା କି' ଅଭିଳାଷା।


ଏବେ ତୁମେ ମୋତେ ଯେତେ ଖୋଜିଲେ ବି'

ଆଉ ପାଇବ ନାହିଁ

କାରଣ ଏ' ସବୁଠୁ ମୁଁ' ଏବେ

ବହୁତ ଦୂରକୁ ଚାଲି ଯାଇଛି

ଦିନେ ସୁନେଲି ସପନର ଘର ତୋଳୁ ଥିଲି

ଆଉ ଏବେ ଶକ୍ତ ପଥର ହୋଇ

ନଦୀ ତୁଠରେ ପଡିଲା ପରି ପଡିଛି ମୁଁ ତୁଠ ପଥର।


ନା' ଆଉ କଷ୍ଟ ହେଉଛି ନା' ଯନ୍ତ୍ରଣା

ସେ' ଅତୀତ ଟା' ଦିବାଲୋକାରେ

ଦେଖିଥିବା ସ୍ୱପ୍ନ ପରି ମନେ ହେଉଛି

ନା' ଜହ୍ନର ଜୋଛନା ବିଛାଉଛି

ନା' ଶିଶିରରେ ଭିଜାଉଛି

କେବଳ ରୁକ୍ଷ ଫଟା ମାଟି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy