Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Sarmistha Palai

Tragedy

4.0  

Sarmistha Palai

Tragedy

ସ୍ୱପ୍ନ ମୋର ଅତୀତ ଟା 'ଭାଗ(୨)

ସ୍ୱପ୍ନ ମୋର ଅତୀତ ଟା 'ଭାଗ(୨)

1 min
167


କିନ୍ତୁ ତୁମେ ମୋତେ କଣ ଦେଲ

ଲାଞ୍ଚ୍ଛନା, ପ୍ରତାରଣା, ଛଳନା

ବୁଝି ଗଲି ତୁମ ପ୍ରେମ ଥିଲା ମିଛ

ବୁଝି ଗଲି ତୁମ ପ୍ରତିଶ୍ରୁତି ଥିଲା ମିଛ

ନା ମୁଁ' ମିଛ ଥିଲି ନା ମୋ ପ୍ରେମ

ବାସ୍ ଆଜି ଏତିକି ଫରକ

ସେ' ସବୁ ସହି ସହି

ଆଜି ମୁଁ' ପଥର ହୋଇ ଯାଇଛି

ନାହିଁ ଆଉ ମନରେ ଆଶା କି' ଅଭିଳାଷା।


ଏବେ ତୁମେ ମୋତେ ଯେତେ ଖୋଜିଲେ ବି'

ଆଉ ପାଇବ ନାହିଁ

କାରଣ ଏ' ସବୁଠୁ ମୁଁ' ଏବେ

ବହୁତ ଦୂରକୁ ଚାଲି ଯାଇଛି

ଦିନେ ସୁନେଲି ସପନର ଘର ତୋଳୁ ଥିଲି

ଆଉ ଏବେ ଶକ୍ତ ପଥର ହୋଇ

ନଦୀ ତୁଠରେ ପଡିଲା ପରି ପଡିଛି ମୁଁ ତୁଠ ପଥର।


ନା' ଆଉ କଷ୍ଟ ହେଉଛି ନା' ଯନ୍ତ୍ରଣା

ସେ' ଅତୀତ ଟା' ଦିବାଲୋକାରେ

ଦେଖିଥିବା ସ୍ୱପ୍ନ ପରି ମନେ ହେଉଛି

ନା' ଜହ୍ନର ଜୋଛନା ବିଛାଉଛି

ନା' ଶିଶିରରେ ଭିଜାଉଛି

କେବଳ ରୁକ୍ଷ ଫଟା ମାଟି।


Rate this content
Log in