STORYMIRROR

Smitali Priyadarsini Panda

Abstract Tragedy Classics

3  

Smitali Priyadarsini Panda

Abstract Tragedy Classics

ହେବା ପାଇଁ ଏକ ସ୍ମୃତି

ହେବା ପାଇଁ ଏକ ସ୍ମୃତି

1 min
145

ସ୍ମୃତିର ସହରେ ସନ୍ତକର ଛାଇ

ନୀରବ ରଜନୀ ଗୀତି,

ଦରଦୀର ପଣ ଚୋରେଇ ନେଇଛି

ମିଥ୍ୟା କଳଙ୍କିତ ଭ୍ରାନ୍ତି ।।


ବିନା ଦୋଷେ ଆଜି କଳଙ୍କିତ ହୋଇ

ସହେ ଯେ ଅବ୍ୟକ୍ତ ତାତି,

ଖୋଜିବୁଲେ ଆଜି ନିଜ ଅଧିକାର 

ମୁଁ ଯେ ଅମାବାସ୍ୟା ରାତି ।


ତିତିକ୍ଷା ପ୍ରତୀକ୍ଷା ସୂଚୀରେ ତୁମକୁ

ଖୋଜିଛି ହୋଇଣ ଝୁରି,

ବହ୍ନିବଳୟରେ ଉଦାର ହୃଦୟେ

ଛାଡିଗଲ ଏକା କରି । 

 

ପଥହରା ହୋଇ ଅବାଟେ ପଡ଼ିଛି

ମିଛ ମାୟା ସର୍ତ୍ତ ଚୁକ୍ତି,

ବାକି ଅଛି କିଛି ଜୀବନର ଆୟୁ

ହେବାପାଇଁ ଏକ ସ୍ମୃତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract