STORYMIRROR

Smitali Priyadarsini Panda

Classics Others

4  

Smitali Priyadarsini Panda

Classics Others

ଶରତ ଆସିଛି ମରତେ

ଶରତ ଆସିଛି ମରତେ

1 min
17


ଶରତ ପରଶେ ଧରଣୀ ଯେ ହସେ 

ନେଇ ରୂପର ପସରା 

ନଦୀ ପଠା ଧାରେ ଝୁମେ କାଶତଣ୍ଡୀ

ହସି ଉଠେ ବସୁନ୍ଧରା ।।


ସବୁଜ କେଦାର ଶୋଭାର ଭଣ୍ଡାର 

ସୁନେଲି କିରଣ ଖେଳେ

ସଂଜ ନଇଁଗଲେ ନିମିଷେ ଅନ୍ଧାରେ 

ଲୁଚେ ବିଭାବରୀ କୋଳେ ।।


ବରଷା ଆସରା ଅପସରି ଯାଏ

ଆକାଶେ ନିର୍ମଳ ଶୋଭା 

ରଜତ ଯୋଛନା ଜହ୍ନ ଢ଼ାଳିଦିଏ

ଦିଶେ ତା ନିର୍ମଳ ଗଭା ।।


ଜୀବନ୍ତ ଲାଗଇ ପ୍ରକୃତି ର ରାଣୀ

ସୁରୁଜ ସୁନେଲି ଖରା 

ଲଜ୍ଜ୍ୟାବତୀ ବେଶେ ଓଢ଼ଣୀ ଟାଣଇ 

ସବୁଜ ସୁନ୍ଦରୀ ଧରା ।।


କମଳ ହସୁଛି ପୁଷ୍କରିଣୀ ମଧ୍ୟେ 

ଆକାଶେ ସୁରୁଜ ହସ

ପ୍ରୀତିର ଗଜଲ କାନେ ପଡୁଅଛି

ଶରତ ର ମଧୁ ମାସ ।।


ଶରତ ଆସିଛି ମର୍ତ୍ତ୍ଯ କୁ ଓହ୍ଲାଇ 

ପାର୍ବଣ ପସରା ନେଇ 

କାଶତଣ୍ଡୀ ଏବେ ସଜେଇ ହୋଇଛି

ଧରଣୀ ରାଣୀ କୁ ବହି ।।


ଶେଫାଳୀ ସୁମନ ସୁବାସ ଛୁଟଇ 

ଅଭିସାରେ ଆତ୍ମହରା 

ଶିଶିର ପରଶେ ଶିହରଣ ଖେଳେ

ତନୁ ମନେ ଦେହ ସାରା ।।


ସରସ ଜଳରେ ଢ଼ଳି ଢ଼ଳି ଝୁଲେ

ମଦାଳସୀ କୁମୁଦିନୀ

ଶରୀରେ ତାହାର ପ୍ରୀତିର ପୀୟୂଷ 

ନିର୍ମଳ ଦିଶେ ଚାନ୍ଦିନୀ ।।


ମାତା ଆଦିଶକ୍ତି ଆବିର୍ଭାବ ହେବେ

ନବ ଦୁର୍ଗା ରୂପ ବାହି 

ସବୁଜ ବନାନୀ ଗାଏ ସମ୍ମୋହିନୀ 

ଭକ୍ତି ପୁଷ୍ପାଞ୍ଜଳି ନେଇ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics