ପ୍ରଥମ ପ୍ରେମ
ପ୍ରଥମ ପ୍ରେମ
ପ୍ରଥମ ଦେଖାରେ ପ୍ରଥମ ପୁଲକ
ଅନୁଭବ ଗଲା ଦେଇ
ପ୍ରଥମ ଦେଖାରେ ହରି ନେଲ ମନ
ଚିତ୍ତ ଚୋର ଭାବଗ୍ରାହି ।
ପହିଲି ମିଳନେ ମନ ମିଶିଗଲା
ତୃଷ୍ଣା ରେ ଆତୁର ଆଖି
ମଳୟ ପରଶେ ପହିଲି ବୟସେ
ହେବା ପାଇଁ ତୁମ ସଖୀ।
ପ୍ରଣୟ ର ରଙ୍ଗ ଢାଳି ଦେଇଗଲ
ତନୁ ମନ ଭରି ଅଙ୍ଗେ
ଶାଶ୍ଵତ ପ୍ରେମର ବିଚିତ୍ର ଏ ସ୍ପର୍ଶ
ଭରିଗଲା ପ୍ରେମ ରଙ୍ଗେ ।