STORYMIRROR

Smitali Priyadarsini Panda

Inspirational Children

4  

Smitali Priyadarsini Panda

Inspirational Children

ଆସ ସଭିଁଏ କରିବା ପଣ

ଆସ ସଭିଁଏ କରିବା ପଣ

1 min
35


ବିଦ୍ୟାଳୟ ଯିବା ଶିକ୍ଷା ଲାଭ ନେବା

ବିଦ୍ୟା ଦିଏ ଭଲ ଗୁଣ

ଆସ ସଭିଁଏ କରିବା ପଣ ।।


ଦୟାବାନ ହେବା ହିଂସା ପାସୋରିବା

ଅହିଂସା ର ବଳ ଟାଣ

ଆସ ସଭିଁଏ କରିବା ପଣ ।।


ପିତାମାତା ପାଦେ କରୁଥିବା ଭକ୍ତି

ସେମାନଙ୍କ ପାଇଁ ପିଣ୍ଡେ ପ୍ରାଣ 

ଆସ ସଭିଁଏ କରିବା ପଣ ।।


ଈଶ୍ୱର ଙ୍କୁ ସଦା କରୁଥିବା ଭକ୍ତି

ନହୋଇ କେବେ ପାଷାଣ

ଆସ ସଭିଁଏ କରିବା ପଣ ।।


ପ୍ରକୃତିର ସେବା ସର୍ବଦା କରିବା

ତା ପାଇଁ ଜଗତ ଜାଣ

ଆସ ସଭିଁଏ କରିବା ପଣ ।।


ପ୍ଲାଷ୍ଟିକ ଛାଡ଼ିବା ନିଶା ମୁକ୍ତ ହେବା 

ସୁସ୍ଥ କରିବା ବାତା ବରଣ

ଆସ ସଭିଁଏ କରିବା ପଣ ।।


ଭଲ ପାଠ ପଢ଼ି କଳା ଘୋଡ଼ା ଚଢ଼ି

ମଧୁ ବାବୁଙ୍କ ଶୁଝିବା ଋଣ 

ଆସ ସଭିଁଏ କରିବା ପଣ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational