ନିଃସ୍ୱାର୍ଥପର ଜୀବନ
ନିଃସ୍ୱାର୍ଥପର ଜୀବନ
ମନର ବ୍ୟଥା କୁ ମନରେ ସାଇତେ
କରେନାହିଁ କେବେ ବ୍ୟକ୍ତ
ଲୁହ ସବୁ ଯେତେ ଛାତିରେ ଜାବୁଡେ
ସୁର ଧର ପରି ସ୍ତିତ ।
ବାଧା ବିଘ୍ନ କେତେ ଅସହ୍ୟ ଯନ୍ତ୍ରଣା
ସହିଯାଏ ମଥା ପାତି
କର୍ତ୍ତବ୍ୟର ପଥେ ସଦା ଲାଗି ରୁହେ
ଦିନ ହେଉ ଅବା ରାତି ।
ଶାବକ ପାଇଁ କି ଆଶା ସ୍ନେହ ପ୍ରେମ
ଅଦ୍ୱିତୀୟ ତୁମେ ମାତା
ଜଗତର ଶ୍ରେଷ୍ଠ ଆସ୍ଥାନ ଲଭିଛ
ଅନୁଗ ପରି ଆଶ୍ରିତା ।
ସହି ଦୁଃଖ କଷ୍ଟ କଞ୍ଜସୂତ ପରି
ଜନ୍ମଦାତ୍ରୀ ଆମ ସିଏ
ସର୍ବ ସଂହା ସେ ତ ଶକ୍ତିର ଆଧାର
ତା ପରି ହୋଇବ କିଏ ।
ଦଶମାସ ଦଶଦିନ ଗର୍ଭେ ଧରି
ପ୍ରସବ ଯନ୍ତ୍ରଣା ସହି
ଦୁନିଆଁ ଆଲୋକ ଦେଖାଇଛି ମୋତେ
ଜନ୍ମଦାତ୍ରୀ ନାମ ବହି ।
ସଂସାର କୁ ଆଣି କରାଇଛ ଋଣି
ଏ ଜୀବନ ତୁମ ଦାନ
ବକ୍ଷଜ ଅମୃତ ବହେ ହୋଇ ରକ୍ତ
ରୁଭବ ଠାରୁ ମହାନ ।
ସର୍ବ ସଂହା ତୁମ ମାତୃତ୍ଵ ହୃଦୟ
ଭରି ଦେଇଥାଏ ପ୍ରୀତି
ଜନନୀ ଭଗିନୀ କେବେ ପୁଣି ଜାୟା
ମାଆ ତୁମ୍ଭେ ଜଗଦ୍ଧାତ୍ରୀ ।
ସ୍ରଷ୍ଟା ଅବଦାନେ ସୃଷ୍ଟିର ସର୍ଜନେ
ତ୍ରିଭୁବନେ ତୁମ୍ଭେ ବନ୍ଦ୍ୟା
ଦେବ ଓ ଦାନବ ଅବା ଏ ମାନବ
ପୂଜନ୍ତି ସକାଳ ସନ୍ଧ୍ୟା ।
ତୁମ୍ଭ ପାଦ ତଳେ ଭୂମିଷ୍ଠ ପ୍ରଣାମ
ବିଭୂଷଣେ ବିଭୁଧାରା
ଦୁନିଆଁରେ ଶ୍ରେଷ୍ଠ ମାଆ ହିଁ ବଳିଷ୍ଠ
ସେହ୍ନ ମମତାରେ ଭରା ।
ଶାଶ୍ଵତ କବିତା ତୁମରି ମମତା
ହୃଦୟେ ଝଙ୍କାର ସମ
ପରିସୀମା ତୁମ୍ଭ ଛୁଇଁ ଦିଗ୍ ବଳୟ
ଦୂରୀଭୂତ କରେ ଭ୍ରମ ।
ଯୋଗାଇ ଦେଇଛ ସଦ୍ଭାବ ଚେତନା
ସଂସାରେ ଜ୍ଞାନ ର ଜ୍ୟୋତି
ତୁମ୍ଭେ ମା ଜନନୀ ବୁଦ୍ଧି ପ୍ରଦାୟିନୀ
ସତେ ଅବା ସରସ୍ଵତୀ ।
