STORYMIRROR

KSHIRADRI SAHU

Abstract

4  

KSHIRADRI SAHU

Abstract

ଭାବ ର ଠାକୁର

ଭାବ ର ଠାକୁର

1 min
353

ଭାବର ଠାକୁର ତମେ ଅଭାବ ର ନାଥ

ଅନ୍ତର ର ଭାବଗ୍ରାହୀ ଜୟ ଜଗନ୍ନାଥ

ତୁମରି ଆଖିରେ ପ୍ରଭୁ ସଂସାର ଭାସୁଛି

କେମିତି ସହୁଛ ପ୍ରଭୁ କୁହ ହେଲେ କିଛି

କୋରାନା ର ପ୍ରଭାବରେ ସାର ଏ ଜଗତ

ଛାରନାର ପୃଥିବୀ ରେ କାନ୍ଦୁଛି ଭକତ

ନିଜ ସୃଷ୍ଟି କୁ ପ୍ରଭୁ ନିଜେ ରକ୍ଷା କର

ତୁମ ଏକା ଏ ଜଗତେ ପରମଈଶ୍ୱର ll


        କ୍ଷମା କର ପ୍ରଭୁ ମଣିଷ ର ଦୋଷ

        ଅଭିମାନ ନ କରିକି ଛାଡ଼ ରାଗରୋଷ

        ଦୟା ର ଭଣ୍ଡାର ତୁମେ କୃପା ର ସାଗର

        କରୁଣାର ବାରିରେ ବର୍ଷାଧାର କର

        ତୁମରି ସନ୍ତାନ ଆମ୍ଭେ ଅଟୁ ଯେ ମଣିଷ

        କରୋନା କୁ ଏ ସଂସାରୁ କରିଦିଅ ଶେଷ ll


ବହୁତ ହେଲାଣି ଏଇ କରୋନା ର ଖେଳ

ସମାପ୍ତ କର ପ୍ରଭୁ ଏ ଦୁଃଖର ବେଳ

ଦୁଃଖକଷ୍ଟ ହୃଦୟ ରେ ସୁଖ ଢାଳିଦିଅ

ସମସ୍ତଙ୍କ ମୁଖେ ପ୍ରଭୁ ଖୁସି ବର୍ଷିଦିଅ

ଏତିକି ଜଣାଣ କରେ ତବ ଶ୍ରୀ ଚରଣେ

ଗୁହାରି ଶୁଣ ହେ ପ୍ରଭୁ ନାରାୟଣେ  ll


              କାଳିଆ ସାଅନ୍ତ ତୁମେ ମହିମା ଅନନ୍ତ

             ନିରାକାର ମହାବାହୁ ତୁମେ ଲକ୍ଷ୍ମୀକାନ୍ତ

             ତଵ ମହିମା ର ପ୍ରଭୁ ହେ ନାହିଁପଟାନ୍ତର

              ତୁମେ ଲୀଳାମୟ ଠାକୁର ଜଗଦୀଶ୍ଵର

              କୃପାମୟ ଠାକୁର ହେ ଜୟ ଜଗନ୍ନାଥ

             କୃପାର ସାଗର କର ଅନାଥ ର ନାଥ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract