STORYMIRROR

KSHIRADRI SAHU

Abstract Inspirational

3  

KSHIRADRI SAHU

Abstract Inspirational

ଶାନ୍ତି

ଶାନ୍ତି

1 min
201

ଧର୍ମ ବିରୋଧୀ ମତ ଭିତରେ

ଦେଶହୁଏ କଳୁଷିତ

ଭାତୃତ୍ବ ଭାବନା ଛିନ୍ନ ହୁଏ ଆଜି

ଦେଶ ପ୍ରୀତି ନିର୍ବାପିତ।


କେମିତି ସମୟ ଆସିଛି ଏଇରେ

ଭାଇ ଭାଇ ଧରି ଛୁରୀ

ପଥର ପ୍ରହାର କରନ୍ତି ଏଠାରେ

ହିଂସାର ପଥ ଆଚରି।


କାହିଁକିରେ ଭାଇ ଏ ସବୁ ବିଦ୍ବେଷ

ମନରେ ବିଦ୍ରୋହ ନିଆଁ

ଜଳିଯିବ କ୍ଷଣେ ସୁନ୍ଦର ପୃଥିବୀ

ହୋଇଯିବ ସବୁ ସ୍ବାହା।


ସମୟ ନୁହେଁରେ ଅନ୍ୟର କଥାରେ

ବିବେକକୁ ବଳିଦେବା

ହିଂସା ଆପଣାଇ ନିଜର ଗୃହରେ

ଅଗ୍ନିକଣା ବୁଣିଦେବା।


ଜଳିଲେ ନିଆଁରେ ସମସ୍ତେ ପୋଡିବା

ଛାଡିବନି ଏକ ଘର

ବାଛିବନି ଧର୍ମ ସର୍ବେ ଝୁଲୁସିବା

ସବୁ ହେବ ଝାରଖାର।


ଶିଶୁରୁ ମହିଳା ଛାଡ ପାଇବେନି

ହାହାକାର ଖେଳିଯିବ

ଧାବଧାନ ହୁଅ ବେଳସୁ ଭାଇରେ

ଶାନ୍ତି କଥା ଟିକେ ଭାବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract