STORYMIRROR

KSHIRADRI SAHU

Romance Inspirational

3  

KSHIRADRI SAHU

Romance Inspirational

ପ୍ରେମ

ପ୍ରେମ

1 min
193

ପ୍ରେମ ଚିରନ୍ତନ ସତ୍ୟ ସନାତନ 

ପ୍ରେମହିଁ ଅମୃତ ଧାରା

ପ୍ରେମହିଁ ଆନନ୍ଦ ପ୍ରେମ ନିତ୍ୟାନନ୍ଦ 

ପ୍ରେମ ଦିବ୍ୟତାରେ ଭରା।


ପ୍ରେମହିଁ ମନ୍ଥନ ପ୍ରେମହିଁ ଚିନ୍ତନ 

ପ୍ରେମ ଅଟେ ଗଙ୍ଗା ଜଳ

ପ୍ରେମହିଁ ବିଶ୍ବାସ ପ୍ରେମହିଁ ଆଶ୍ବାସ

ପ୍ରେମ ଦୁର୍ବଳର ବଳ।


ପ୍ରେମହିଁ ଅନନ୍ତ ପ୍ରେମହିଁ ଶାଶ୍ଵତ 

ପ୍ରେମ ଅଟେ କଳ୍ପତରୁ

ପ୍ରେମହିଁ ବିକଳ୍ପ ପ୍ରେମ ନିର୍ବିକଳ୍ପ 

ପ୍ରେମ ଅଟେ ସଦଗୁରୁ।


ପ୍ରେମ ଦିବ୍ୟଜ୍ଞାନ ପ୍ରେମ ଭଗବାନ 

ପ୍ରେମ ଅଟେ ସତସଙ୍ଗ

ପ୍ରେମ ପୁଷ୍ପ ଯେବେ ପ୍ରସ୍ଫୁଟିତ ହୁଏ 

ଜୀବନେ ଭରଇ ରଙ୍ଗ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance