STORYMIRROR

Satyabati Swain

Romance

3  

Satyabati Swain

Romance

ପହିଲି ସ୍ପର୍ଶ

ପହିଲି ସ୍ପର୍ଶ

1 min
422

ଅଳସ ଭାଗୁଥିଲା ମାଟି ତାତି ଦେହ ସାରା

ମୌସୁମୀ ଥିରିକି ଥୋଇଲା ହାତ

ମାଟି ହୃଦେ ବନ୍ୟାର ପ୍ଲାବନ

ମନେ ଗଜୁରୀ ଉଠିଲେ

ମେଞ୍ଚାଏ ସୃଷ୍ଟି ମଗ୍ନ ଅଙ୍କୁରୋଦଗମ୍

ପିନ୍ଧିଲା 

ସବୁଜିମା ପାଟ ଓ ଓଢଣୀ

ସାଧବ ବୋହୁ ଟିକିଲି ମଥାରେ ନାଇ

ମୁହଁରେ ଇଦ୍ରଧନୁ ଫାଉଣ୍ଡେସନ୍

ଆଖିରେ ବିଜୁଳି

ସ୍ୱପ୍ନ ଆକାଶେ ମେଘ ମହ୍ଲାର

ଅତଡା ଖସୁଥିଲା ପ୍ରେମ ନଈ ବନ୍ଧ।

ଆଶାର ଫଳ, ଫୁଲ

ମୁର୍କି ହସିଲେ

ପ୍ରେମ ଉତୁରି ପଡିଲା

ଦେହଳିରୁ

ବିଛେଇ ପଡିଲା ମେଘୁଆ ଖରା

ଛୁଇଁ ଦେଲା

ଆଦ୍ୟ ଆଷାଢ଼ର "ପହିଲି ସ୍ପର୍ଶ"ରେ

ବରଷା ଟୋପା ମାଟି ଦେହ

ବାସ୍ନାୟିତ 

ମନ ପ୍ରାଣ ଭିଜା ଭିଜା ଗନ୍ଧେ।


ଆଃ ! କି ବାସ୍ନା

ସମ୍ମୋହନ

ତନ୍ଦ୍ରା ବିଭୋର

ଝର୍କା ସେ ପାଖ ରଙ୍ଗଣି

ଜହ୍ନିଫୁଲ

କଦମ୍ବ, ଅଗସ୍ତି

ହସନ୍ତି ଲାଜୁଆ ହସ

ଝିଙ୍କାରୀ ଗାଏ ମନ ଫୁଲାଣିଆ ଗୀତ।


ବେଙ୍ଗ ରାଜା ସାରୁ ଗଛ ମୂଳେ

ଛତୁ ଛତ୍ରୀ

ବିଲୁଆ ନନା

ବାହାଘର

କାଗଜ ଡଙ୍ଗାର 

କୋମଳ ଜିଜ୍ଞାସା 

ଭାସି ଯା ମୋର କାଗଜ ଡଙ୍ଗା ଗୀତ

ପକ୍ଷିଆ, ଛତା 

ସଜ ହେଉଥିଲେ

ଯିବେ ଗାମୁଛା ଭିଡା ମୁଣ୍ଡ ସାଥେ।


ପ୍ରିୟା ପ୍ରାଣେ ନିଆଁ

ଭିଜା ମାଟି ଗନ୍ଧେ ମତୁଆଲା

ବିରହ ବିଦଗ୍ଧ

ଖୋଜେ ପ୍ରବାସୀ ପ୍ରିୟ ସଙ୍ଗ

ବର୍ଷା ତୁମେ ଫୁଲେଇ

କୁତୁକୁତୁ କର

ଚିଠି ନିଏ ମେଘ

ଫୋନ୍

ୱାଟସ ଆପ ସାରା ରାତି ଅନିଦ୍ରା

ଦୁଇ ପ୍ରାଣ

ଆଉଟା ହୁଅନ୍ତି

ପ୍ରେମ କଡେଇରେ

ତୁମରି ଭିଜା ଗନ୍ଧେ ଗୋ ବର୍ଷା

'ସୃଷ୍ଟି' କିନ୍ତୁ ବିହ୍ଵଳ ଛନ୍ନ ଛନ୍ନ ମେଘ ଘଡଘଡି ନାଦେ।


କିଶଳୟର ଦୁଷ୍ଟାମୀ

କାଦୁଅରେ ପିଚ ପିଚ ମାଟି ଦେହ

ନାଚୁଥିଲା ପାଳ ଭୂତ ଫସଲ କିଆରୀରେ

କ ରୋନା ସଂକ୍ରମିତ ଭୟେ ଲୋଚା କୋଚା

ଆକାଶର ମୁହଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance