STORYMIRROR

Subhalaxmi Nayak

Romance

3  

Subhalaxmi Nayak

Romance

ପ୍ରିୟାର ଓଢ଼ଣୀ

ପ୍ରିୟାର ଓଢ଼ଣୀ

1 min
351

ଲାଲ୍, ହଳଦୀ, ନୀଳ, ସବୁଜ

ଯେଉଁ ରଙ୍ଗର ହେଲେ ବି ତାକୁ ଭାରି ମାନେ

ସେ ଓଢ଼ଣୀ ଫାଙ୍କରୁ ଲାଜେଇ ଚାହିଁ ଦିଏ ଯେବେ

ସେ ଓଢ଼ଣୀ ଭିତରୁ ତାର କଜ୍ଜ୍ୱଳ ମଖା ଆଖିର ଠାଣି

ଆଉ ଲାଲ୍ ଓଠରେ ଧାରେ ହସର ନିଶାରେ

ମତୁଆଲା ହୋଇ ଝୁମିଯାଏ ମନ

ଓଢ଼ଣୀ ଖସେଇ ଦେଲେ

ସେ ସଜାଗ ହୋଇ ଟାଣି ନିଏ

ଦୁଷ୍ଟ ମନ କି ଛାଡ଼େ ଦୁଷ୍ଟାମୀ କରି।


ବସନ୍ତ ମୃଦୁ ମଳୟଠାରୁ ବି ଦିଏ ଶାନ୍ତି

ତାର ସେଇ ଓଢ଼ଣୀ ଯାଏ ଯେବେ ଛୁଇଁ

ସେଇ ଓଢ଼ଣୀ ଫାଙ୍କରେ ଦେଖିଦେଲେ

ତାର ପୁନେଇଁ ଜହ୍ନ ପରି ମୁହଁଟିକୁ

ରାତି ରାତିର ନିଦ ମୋର ଦିଏ ହଜେଇ

କୁହ ପ୍ରିୟା!

କେବେ ସେ ଓଢ଼ଣୀ ପିନ୍ଧି ସଧବା ବେଶରେ

ମୋ ଅଗଣା ତୁଳସୀରେ ଦୀପ ଜାଳିବ?

ଖାଲି ପ୍ରିୟାର ଓଢ଼ଣୀକୁ ଭାବି ଭାବି ନୁହେଁ

ସାତଜନ୍ମକୁ ସାକ୍ଷୀ ରଖି

ମୋର ଜୀବନସାଥୀ ସାଜିବ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance