STORYMIRROR

Satyabati Swain

Romance

3  

Satyabati Swain

Romance

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
314

ତୁମେ ସେଇ ଦରଜା

ଯାହାକୁ ଡେଇଁ

ମୁଁ ତୁମ ଘର ଭିତରକୁ ପଶିଲି

ତୁମେ ଯେଉଁଠି ଥିଲ

ସେଇଠି ରହିଲ

ମୁଁ କିନ୍ତୁ ତୁମ

ହୃଦୟ ଓ ଜୀବନରେ ଛାଇଗଲି।


ତୁମେ ଇର୍ଷା କଲ

ମୁଁ ମୁରୁକି ହସିଲି

ଅକାଶ ସିନା ତୁମେ

ଅଗଣା ସିନା ତୁମର

ମୁଁ କିନ୍ତୁ ଇନ୍ଦ୍ରଧନୁ

ପାଲଟି ଗଲି

ତୁମେ ରାଗିଲେବି

ମୁଁ ତୁମକୁ କୋଳେଇ ନେଲି।


ହାତ ଦୁଇଟା

ତୁମେ ଛିଞ୍ଚାଡି ଦେଲ

ମୁଁ ନିର୍ବାକ ହେଲି

ସେହ୍ନ ଏମିତିକା ଧନ

କାହାକୁ ଦେଇ ହୁଏନି

କାହା ସଙ୍ଗେ ଭାଗବି

ବୋଧେ ମୁଁ ବୁଝି ନ ଥିଲି

ନିହାତି ଗୋଟେ ବୋକାଟେ ବୋଲି।


ପ୍ରସାରିଥିବା ହାତକୁ

ସଙ୍କୁଚିତ କଲି

ନିଜକୁ ଅନାବଶ୍ୟକ ମଣି

ଅମାନିଆଁ ମନଟା କୁ

ନିୟନ୍ତ୍ରଣ କଲି

ପୃଥିବୀ ପାଇଁ ଆକାଶର ଅସ୍ତିତ୍ବ

ଏକାନ୍ତ ଅପରିହାର୍ଯ୍ୟ

ଇନ୍ଦ୍ରଧନୁ ମୁଁ

ଲିଭିଗଲି

ଓହରି ଆସିଲି

ଶେଷ ହୀନ ତୃଷ୍ଣାଟିଏ ନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance