STORYMIRROR

Sanuja Meghamala

Romance

3  

Sanuja Meghamala

Romance

ଶେଷ ଫଗୁଣର ଚିଠି

ଶେଷ ଫଗୁଣର ଚିଠି

1 min
349


 ଶେଷ ଫଗୁଣର ଅଳସୀ ବେଳାରେ

ଚିଠିଟେ ପାଇଲି ମୁହିଁ

ଗୋଲାପୀ ରଙ୍ଗର ମୁଦ ଲଫାଫା ଟେ

ଠିକଣା ନ ଥିଲା ତହିଁ ।


ଅତର ମହକେ ଭିଜା ତାର ଦେହ

ତଥାପି ପୁଲକ ନାହିଁ

ସାଇତିଛି ଏତେ ମିଠା ମିଠା କଥା

ଜାଣେନି ସେ କାହା ପାଇଁ ।


ହସର ଲୁହର କାହାଣୀ ଯେ ତାର

ଅଧା ଖରା ଅଧା ଛାଇ

ରୂପେଲି ଜହ୍ନରୁ ସୁନେଲି ଜୋଛନା

 ସତେକି ଝରୁଛି ରହି।


କିଏ ସେ କେଜାଣି ! କହି ପାରି ନାହିଁ

ଦୁଃଖ ଯେତେ ଅନ୍ତରର

ଚିଠିର ଭାଷାରେ ଅଜାଡି ଦେଇଛି

ସ୍ୱପ୍ନ ସବୁ ହୃଦୟ ର।


ନାଲି ନୀଳ କଳା ରଙ୍ଗୀନ ସ୍ୟାହିରେ

 ଲେଖା ଅଛି କେତେ କଥା

ଚିଠିର  ଆରମ୍ଭ ଇତି ନାହିଁ ଦେଖି

ପାଇଲି ଯେ ମନେ ବ୍ୟଥା ।


ଭାବୁଛି ମୁଁ ମନେ ଅଜଣା ଏ ଚିଠି

କେଉଁଠୁ ଆସିଲା ସତେ

କିଏ ଲେଖିଥିଲା କାହା ପାଇଁ ଦେଖ

ଲାଗିଲା ଆସି ମୋ ହାତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance