Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Romance

3  

Bijay Prusty

Romance

ଖୁସି ଏମିତି ଆସେ

ଖୁସି ଏମିତି ଆସେ

1 min
438


ଜୀବନରେ କେତେ ବାଟ ମୁଁ ଚାଲିଛି

କିଛି ମନେ ପଡୁନାହିଁ

ଯାତ୍ରା ପଥର ଯେତେ ସ୍ମୃତି ଚିହ୍ନ

ଯାଇଛି ଅଲୋଡା ହୋଇ I


ଆଜି ଯେଉଁ ବାଟେ ପକାଇଛି ପାଦ

କଣ୍ଟା ଖୋଜୁନାହିଁ ଫୁଲ

ହଜିଯାଏ ସବୁ ଲୁହର ଲହଡି

ଶୁଭେ ପ୍ରଣୟର ସ୍ୱର I


ଗୋଲାପି ପ୍ରିୟା ମୋ ପ୍ରୀତିର ମହକ

ଭରିଛି ଜୀବନ ପାତ୍ର

ସିଏ ମୋ ରାତିର ଗୋଲାପି ସପନ

ଆଖିର ଅଭୁଲା ଚିତ୍ର I


ଦେଖା ଯାଉନାହି ମରଣ ଛବି

ଜୀବନ ସଞ୍ଜବେଳେ

ଗାଉନି ଆଉ ମୁଁ ବିରହ ଗୀତ

ମିଳନ ବେଦୀ ତଳେ I


ତା ପାଇଁ କି ଆଜି ଅମା ଅନ୍ଧାର

ଆସୁନି ଆଗକୁ ମାଡି

ସେପାଇଁ ଗାଏ ମୁଁ ଜୀବନ ଗୀତ

ମରଣ ଯାଉଛି ହାରି I



Rate this content
Log in