ପ୍ରିୟାର ଓଢଣୀ
ପ୍ରିୟାର ଓଢଣୀ
ମୋ ପ୍ରିୟା କହୁଛି ମୋ ଘରକୁ ତ ଆସିବ ବୁଲି
ହେବାକୁ ମୋ ଘରଣୀ ମନା ତାର ଉଚ୍ଛନ୍ନ ଖାଲି ।।
ବଡ ଅବୁଝା ପ୍ରିୟା ମୋର ଅଳି କରୁଛି ଖାଲି
ବୁଝେଇଲେ ତାକୁ ନାକ ଫୁଲେଇ ଯାଉଛି ଚାଲି ।।
କେମିତି ଯେ ତାକୁ ବୁଝାଇବି ମୁଁ ଭାବୁଛି ଖାଲି
ଅଭିମାନୀ ପ୍ରିୟା ମୋର ସଦା ରୁଷୁଛି ତ ଖାଲି ।।
ଦୁର୍ଗତନାଶିନୀ ମାଆ ପରି ସେ ଚାହୁଁଛି ଖାଲି
ସାଧବ ବୋହୁ ପରି ଓଠ ତାର ଦିଶୁଛି ନାଲି ।।
ସ୍ମିତହାସ୍ୟ ତାର ମୋ ମନକୁ ତ କିଣୁଛି ଖାଲି
କେମିତି କହିବି ଲୋ ପ୍ରିୟା ତୁ ମୋର ପ୍ରାଣ ବୋଲି ।।
କାଳେ ତାକୁ ମୁଁ ଭୁଲିଯିବି ବୋଲି ସେ ଭାବୁଛି ଖାଲି
ଭୁଲିବିନି ତତେ ମଥା ଛୁଇଁ ତ ମୁଁ କଥା ଦେଲି ।।
ରାଗ, ଅଭିମାନ ଏବେ ଛାଡିଦେ ଲୋ ପ୍ରିୟା ମୋର
ଘରେ ଯାଇ ବାପା, ମାଆଙ୍କୁ ବୁଝେଇଦ
େବି କାଲି ।।
ବେଗି ଯାଇ ବାପା, ମାଆଙ୍କୁ ମୁଁ ତ ବୁଝେଇ ଦେଲି
ତାକୁ ମୋ ଘରଣୀ କରିବି ବୋଲି ମୁଁ ସ୍ଥିର କଲି ।।
ଏକଥା ଜାଣି ପ୍ରିୟା ମୋର ଫୁଲେଇ ହେଉଥିଲା ଖାଲି
ବାଜା, ବାଣ, ରୋଷଣୀ ସହ ବର ବେଶେ ଆସିଲି ।।
ବଧୁ ବେଶେ ମଥାରେ ପ୍ରିୟାର ଓଢଣୀ ତ ଦେଲି
ପ୍ରିୟାକୁ ମୋ ଅର୍ଦ୍ଧାଙ୍ଗିନୀ କରି ମୁଁ ଘରକୁ ନେଲି ।।
ସବୁ ରାଗ , ରୁଷା ତ ଆଜି ପ୍ରିୟା ଯାଇଛି ଭୁଲି
ଝଲ୍ ମଲ୍ ଦିଶେ ଆଜି ପ୍ରିୟାର ଓଢଣୀ ଖାଲି ।।
ମହ ମହ ମହକୁଛି ପ୍ରିୟାର ଓଢଣୀ ଖାଲି
ରଜନୀ ଗନ୍ଧା, ଗୋଲାପ ଭରି ରହିଛି କି ଖାଲି ।।
ସିନ୍ଥିରେ ସିନ୍ଦୂର ଲଗେଇ ସେ ଲାଜୋଉଛି ଖାଲି
ତାକୁ ପାଇ ମତେ ଲାଗୁଛି ମୁଁ ଭାଗ୍ୟଵାନ ବୋଲି ।।