STORYMIRROR

Manasmita Das

Romance

3  

Manasmita Das

Romance

ପ୍ରିୟାର ଓଢଣୀ

ପ୍ରିୟାର ଓଢଣୀ

1 min
336

ମୋ ପ୍ରିୟା କହୁଛି  ମୋ ଘରକୁ ତ ଆସିବ ବୁଲି

       ହେବାକୁ ମୋ ଘରଣୀ  ମନା ତାର ଉଚ୍ଛନ୍ନ ଖାଲି ।।


ବଡ ଅବୁଝା ପ୍ରିୟା ମୋର ଅଳି କରୁଛି  ଖାଲି

       ବୁଝେଇଲେ ତାକୁ  ନାକ ଫୁଲେଇ ଯାଉଛି ଚାଲି ।।


କେମିତି ଯେ ତାକୁ  ବୁଝାଇବି ମୁଁ ଭାବୁଛି ଖାଲି

       ଅଭିମାନୀ ପ୍ରିୟା ମୋର ସଦା ରୁଷୁଛି ତ  ଖାଲି ।।


ଦୁର୍ଗତନାଶିନୀ ମାଆ ପରି ସେ ଚାହୁଁଛି ଖାଲି 

      ସାଧବ ବୋହୁ ପରି ଓଠ ତାର ଦିଶୁଛି  ନାଲି ।।


ସ୍ମିତହାସ୍ୟ ତାର ମୋ ମନକୁ ତ କିଣୁଛି ଖାଲି

      କେମିତି କହିବି ଲୋ ପ୍ରିୟା ତୁ ମୋର ପ୍ରାଣ ବୋଲି ।।


କାଳେ ତାକୁ ମୁଁ ଭୁଲିଯିବି ବୋଲି ସେ ଭାବୁଛି ଖାଲି

      ଭୁଲିବିନି ତତେ ମଥା ଛୁଇଁ ତ ମୁଁ  କଥା  ଦେଲି ।।


ରାଗ, ଅଭିମାନ ଏବେ ଛାଡିଦେ ଲୋ ପ୍ରିୟା ମୋର

      ଘରେ ଯାଇ ବାପା, ମାଆଙ୍କୁ ବୁଝେଇଦେବି କାଲି ।।


ବେଗି ଯାଇ ବାପା, ମାଆଙ୍କୁ ମୁଁ ତ ବୁଝେଇ ଦେଲି

      ତାକୁ ମୋ ଘରଣୀ କରିବି ବୋଲି ମୁଁ  ସ୍ଥିର କଲି ।।


ଏକଥା ଜାଣି ପ୍ରିୟା ମୋର ଫୁଲେଇ ହେଉଥିଲା ଖାଲି

     ବାଜା, ବାଣ, ରୋଷଣୀ ସହ ବର ବେଶେ ଆସିଲି ।।

ବଧୁ ବେଶେ ମଥାରେ  ପ୍ରିୟାର ଓଢଣୀ ତ ଦେଲି

     ପ୍ରିୟାକୁ ମୋ ଅର୍ଦ୍ଧାଙ୍ଗିନୀ କରି ମୁଁ ଘରକୁ  ନେଲି ।।


ସବୁ ରାଗ , ରୁଷା ତ ଆଜି ପ୍ରିୟା ଯାଇଛି  ଭୁଲି

           ଝଲ୍ ମଲ୍  ଦିଶେ  ଆଜି  ପ୍ରିୟାର ଓଢଣୀ  ଖାଲି ।।


ମହ ମହ   ମହକୁଛି   ପ୍ରିୟାର ଓଢଣୀ   ଖାଲି

      ରଜନୀ ଗନ୍ଧା, ଗୋଲାପ  ଭରି ରହିଛି କି  ଖାଲି ।।


ସିନ୍ଥିରେ ସିନ୍ଦୂର ଲଗେଇ ସେ ଲାଜୋଉଛି  ଖାଲି

     ତାକୁ ପାଇ ମତେ ଲାଗୁଛି ମୁଁ ଭାଗ୍ୟଵାନ  ବୋଲି ।।

             



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance