ବନ୍ଧୁକ ମୁନରେ ଜୀବନ
ବନ୍ଧୁକ ମୁନରେ ଜୀବନ
ଦେହରେ ସେ ବର୍ ଦି ପିନ୍ଧିବା ପାଇଁ
ଗୁଳି, ବନ୍ଧୁକ ହସ୍ତେ ଧରିବା ପାଇଁ ।।
ବରଫେ ପାଦ ଥାପି ଚାଲିବା ପାଇଁ
ଘଞ୍ଚ ଜଙ୍ଗଲକୁ ପାରି ହେବା ପାଇଁ ।।
ସାତ ଦରିଆକୁ ପାରି ହେବା ପାଇଁ
ସବୁ ଋତୁକୁ ଅମାନ୍ଯ କରିବା ପାଇଁ ।।
ଭୋକ ଉପାସେ ଦିନ କାଟିବା ପାଇଁ
ରୋଗ କୁ ଖାତର ନକରିବା ପାଇଁ ।।
ପରିବାର ଠୁ ଦୂରେ ରହିବା ପାଇଁ
ନିଜ ମାତ୍ରୁଭୂମି କୁ ଝୁରିବା ପାଇଁ ।।
ଦେଶ କୁ ସୁରକ୍ଷିତ ରଖିବା ପାଇଁ
ଶତ୍ରୁ କୁ ବିନାଶ କରିବା ପାଇଁ ।।
ବର୍ ଦି ପିନ୍ଧି ସାଲୁଟ୍ ମାରିବା ପାଇଁ
ଜୀବନ କୁ ବାଜି ଲଗାଇବା ପାଇଁ ।।
ଗୁଳି, ବାରୁଦ ସାଥେ ଖେଳିବା ପାଇଁ
ଦେଶ ସେବା ସବॆଦା କରିବା ପାଇଁ ।।
ଜାତୀୟ ସଂଗୀତ ଗାନ କରି. ପାଇଁ
ମାତ୍ରୁଭୂମି ର ଟେକ ରଖିବା ପାଇଁ ।।
ଏଧରାରେ ପା ଜନ୍ମ ନେଇଛି ମୁହିଁ
ବନ୍ଧୁକ ମୁନେ ଜୀବନ ଦେବା ପାଇଁ ।।