STORYMIRROR

Manasmita Das

Abstract Drama Romance

3  

Manasmita Das

Abstract Drama Romance

ଶେଷ ଫଗୁଣର ଚିଠି

ଶେଷ ଫଗୁଣର ଚିଠି

1 min
288


ତୋ ମୋ ଭିତରେ  ସମ୍ପର୍କ ନିବିଡ଼ ରହିଛି

           ଚୀରଦିନ ପାଇଁ ତ ସେ ରହିଥିବ ।।  

ଭାବୁଛୁକି ତୁ ଧୋକାଦେଲେ ମତେ ହୃଦୟ

        କି ମୋର ତତେ କେବେବି  ଭୁଲିଯିବ ।।

ଏମିତି ଭାବନା କେବେ ମନେ ଆଣିବୁନି  

         ଆଣିଲେ  ତୋ ହୃଦୟଟା ଠକିଯିବ ।।

ମୋ ହୃଦୟ ବହିର ପ୍ରତ୍ୟେକଟି ପୃଷ୍ଠାରେ

         ତୋର ଛବି ଛପାହୋଇ ରହିଥିବ ।।

ମନରୁ ପାଶୋରି ମତେ ଥାରେ ତୁ ଖୁସିରେ

          ତୋ ଖୁସିରେତ  ମୋମନ ଖୁସିଥିବ ।।

ତୋଠାରୁ କେତେ ଯେ ସ୍ନେହ, ଆଦର ପାଇଛି

           ତାକୁ  କେମିତି ମନ ଭୁଲିପାରିବ ।।

ମତେ  ସାହାଯ୍ୟ  କରିବାର ପ୍ରତି ମୁହୁର୍ତ୍ତ

          କେମିତି ବା ମୋର ମନ  ଭୁଲିଯିବ  ।।

ଶେଷ  ଫଗୁଣର  ଚିଠିଟି  ତୋର   ଆଜିବି

          ଗୁପ୍ତଭଣ୍ତାରୁ  ଖୋଜିଲେ   ବାହାରିବ ।।

ସେଥିରେ ତୋର ହସ୍ତେ ଲିଖିତ ଥିଲା ଗେହ୍ଲା

           ତତେ  କଣ ମୋ ମନ ଭୁଲିପାରିବ ।। 

 ତୋ କଥା  ମୋର  ସବୁଦିନ ମନେ ରହିବ

           ତୋ ମନ କିନ୍ତୁ ମତେ ତ ଭୁଲିଯିବ  ।।

ଆରେ.. ଆରେ.. ଫେରିତୁ.. ଆରେ ଅବୁଝା ଗେହ୍ଲା

     ମୋ..ଅବୁଝା ଗେହ୍ଲା ଆରେ.. ଫେରିତୁ ଆ... ।।

ଯେତେ  ରାଗ, ଅଭିମାନ ଥିଲେ ବି ତ ମୋର

         ତୋର ଦ୍ରୁଢ ବିଶ୍ବାସ ଗେହ୍ଲା  ଫେରିବ  ।।

ଶେଷ  ଫଗୁଣର  ଚିଠି  ସବୈଦାତ  ମୋର

          ହୃଦୟରେ  ମୋର ସାଇତି  ରହିବ  ।।     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract