ଅଧୁରା ସ୍ବପ୍ନ
ଅଧୁରା ସ୍ବପ୍ନ
ତୁ ପରା ମୋର କାଳିଆଧନ
ମତେ ଦେଖା କରିବାକୁ କଣ
ତୋର ଟିକେବି ହେଉନି ମନ
ବ୍ଯାକୁଳ ହେଉଛି ମୋରି ମନ
ଦେଖିବାକୁ ତୋ ଚକା ନୟନ
ଲୋଡାନାହିଁ ମୋର କାହା ମନ
ମତେ ଲୋଡ଼ା ଖାଲି ତୋ ଦର୍ଶନ
ପାଇ ଆନନ୍ଦ ହେବ ମୋମନ
ଧାଇଁ ଆରେ ମୋ କଳାବଦନ
ବୁଝାଇ ଦେବୁ ମୋ ଅବୁଝାମନ
ତତେ ଦେଖି ମୋ ଜୀବନ ହେବ
ଧନ୍ୟ ତୁ ପରା ପତିତପାବନ
ନିତି ଭଜେ ତୋ ନାମକିର୍ତ୍ତନ
ଦେଖିବୁଆ ଛାଡି ତୋ ସିଂହାସନ
ନଦବୁ ଯଦିରେ ତୋ ଦର୍ଶନ
ଅଧୁରା ସ୍ବପ୍ନ ରହିବ ମନେ ।