STORYMIRROR

Manasmita Das

Children Stories Children

3  

Manasmita Das

Children Stories Children

ଅଭିମାନୀ ଭକ୍ତ

ଅଭିମାନୀ ଭକ୍ତ

1 min
322

ତୋ ଦର୍ଶନ ପାଇଁ ଦୌଡ଼ିଗଲି ମୁଁ

     ଦେଲୁନାହିଁ ଟିକେ ମତେ ତୁ ଦେଖା ।।

ତୁ କି ଭାବୁଛୁ କାନ୍ଦିବି ବୋଲି ମୁଁ

      ହସୁଥିବି ସଦା ତୁ ନଦେ  ଦେଖା ।।

ମୋ ମନକୁ ବୁଝେଇ ଦେଇଛି ମୁଁ

     ତୁ ତୋ ବଡଭକ୍ତଙ୍କୁ ଦେ ରେ ଦେଖା ।।

ଗରୀବ ହୋଇ ଖୁସୀରେ ଥିବି ମୁଁ

     ତୁ ତୋ ବଡପଣିଆ ଖାଲି ଦେଖା ।।

ଚିରା ଫଟା  ପିନ୍ଧି ବୁଲିଥାଏ ମୁଁ

     ପାଟଶାଢୀ ପିନ୍ଧି ତୁ ମତେ ଦେଖା ।।

ଭୋକିଲାରେ ଦିନ କାଟୁଥାଏ ମୁଁ

     ଭକ୍ତ ହାତେ ତୁ ଭୋଗ ଖାଇ ଦେଖା ।।

ତୋ ନାମ ଭଜି ଅନିଦ୍ରା ହୁଏ ମୁଁ

      ତୁ ପହଡ଼ ପକେଇ ଶୋଇ ଦେଖା ।।

ଶେଷ ନିଃଶ୍ୱାସ ନିଏ ତୋ ଆଗେ ମୁଁ

     ତୁ ନ ଦେବୁ ନାହିଁରେ  ମତେ ଦେଖା ।।

ଦୁଃଖିନୀ ଦୁଃଖେ ଦିନ କାଟୁଛି ମୁଁ

       ଆନନ୍ଦ ବଜାରେ ତୁ ରହି ଦେଖା ।।

କେତେ ଅଭିମାନୀ ଭକ୍ତ ତୋର ମୁଁ

    ତୋ ହସ ମୁହଁ ଖାଲି ମତେ ଦେଖା ।।

ଶେଷ ନିଃଶ୍ୱାସ ନିଏ ତୋ ଆଗେ ମୁଁ

     ତୁ ନଦେଲୁ ନାହିଁରେ ମତେ ଦେଖା ।।      



Rate this content
Log in