STORYMIRROR

Manasmita Das

Abstract Inspirational

3  

Manasmita Das

Abstract Inspirational

ଈଶ୍ବର

ଈଶ୍ବର

1 min
426


ହେ ଈଶ୍ବର କାହାକୁ ମୁଁ ଭାବିବି କୁହ ନିଜର

ଯାହାକୁ ଭାବୁ ଅଛି ସିଏ ମୋର ଅତିି ନିଜର

ଆଜି ସିଏ ଭାବୁଥାଏ ମୁଁ ତା ପାଇଁ ସାତପର

ଯେତେ ଭାବିଲେ ମୁଁ ତାକୁ ମୋର ଅତି ନିଜର

ମିଛେ ମିଛେ ନିଜେଭାବିଲେ କି ବା ଲାଭ ମୋହର

ହେ ଈଶ୍ବର ସବୁ ସୁଖ ଦେଇ ଦିଅ ତାକୁ ମୋର

ତା ଦୁଃଖ ସବୁ ବିଞ୍ଚି ଦିଅ ଆଣି ମଥାରେ ମୋର

ତା ଛଡା ଦୁନିଆରେ କେହି ନାହିଁ ନିଜର ମୋର

କେବେ ଆଉ ଭାବିବିନି କାହାକୁ ବି ମୋ ନିଜର

ତୁମେ ଥିଲେ ପାଖେ ସଦା ଲୋଡାନାହିଁ କିଛି ମୋର

ତୁମ ଛାଡା ଦୁନିଆରେ ଆଉ କିଏ ଅଛି ମୋର

ଦୂର କରିଦେଲେ ତୁମେ ଆଉ କିଏ ହେବ ମୋର

ତୁ ଏକା ନିଜର ଆଉ ସବୁ ପର ଏଠି ମୋର

ହେ ଈଶ୍ବର କାହାକୁ ମୁଁ ଭାବିବି କୁହ ନିଜର

                 *********

                

                   


Rate this content
Log in

Similar oriya poem from Abstract