ନଈ
ନଈ
ବାଟରେ, ହାଟରେ, ନଈ କୂଳରେ
ଦେଖିଲେ ଚିହ୍ନିକି ପାରିବୁ ମତେ ।
ମତେ ଲାଗୁଛି ନଚିହ୍ନିଲା ପରି
ମୁହଁ ବୁଲେଇ ଚାଲିଯିବୁ ସତେ ।
ଯେତେ ଭୁଲିବାକୁ ଚାହିଁଲେ ମତେ
ତୁ ଭୁଲିକିପାରିବୁ କେବେ ସତେ ।
ସେ ନଈକୂଳ ଝୁରାଇବ ତତେ
କେତେ ଖୋଜୁଥିଲୁ ଦିନେ ମତେ ।
ତୋ ଚଲାପଥ ବଦଳିଛି ସତେ
ନିତିଯାଏ ସେପଥେ ଦେଖେ ମତେ ।
ହାଟରୁ ଶାଗ ଆଣିଦେଉ ମତେ
ସବୁ ଭୁଲିଗଲେ କେମିତି ସତେ ।
ନଈ ବନ୍ଧେତ ଗପଥିଲୁ ସତେ
ଭୁଲିଗଲୁ କେମିତି କହ ମତେ ।
ସେନଈ ତୋର ସାକ୍ଷୀଅଛି ସତେ
ସବୁ ମନେପକେଇବ ସେ ତତେ ।
ବୃଦ୍ଧ କାଳେ ନଈବନ୍ଧେ ବସି ତୁ
ମନେ ପକାଇବୁରେ ସଦା ମତେ ।
ତୁ ଯେତେ ଭୁଲିବାକୁ ଚାହିଁଲେବି
କେବେ ବି ଭୁଲିପାରିବୁନି ମତେ ।
ବାଟରେ, ହାଟରେ, ନଈ କୂଳରେ
ଦେଖିଲେ ଚିହ୍ନିକି ପାରିବୁ ମତେ ।