STORYMIRROR

Manasmita Das

Romance

3  

Manasmita Das

Romance

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
360


ଆଜି ବି ମୁଁ ସେହି ସନ୍ଧ୍ୟା

    ଯାହା ସହ କଥା ହେବା

ପାଇଁ ଧାଇଁ ଆସୁ ଥିଲୁ

     ଘର ଆଗେ ରହି ଥିବା  

ନଈ ବନ୍ଧକୁ ଘରର

     ପଛେ ଥିବା ପୋଖରୀର

ଆକାଶି ଗଛ ମୁଳକୁ  

     ନିତି ଆସୁଥିଲୁ ତୁ ପା....।। 


ଆଜି ବି ମୁଁ ସେହି ସନ୍ଧ୍ୟା

     ଯାହା ସହ କଥା ହେବା

 ପାଇଁ ତୁ ଦିନେ ଚାତକ  

     ପରି ଚାହିଁ ରହୁ ଥିଲୁ

 ବର୍ଷା ଖରା ଶୀତକୁ ତୁ

     ଖାତିର୍ କରୁନଥିଲୁ

 କଥା ନହେଲେ ତୁ କଇଁ

     କଇଁ ହୋଇ କାନ୍ଦୁଥିଲୁ....।। 


ଆଜି ବି ମୁଁ ସେହି ସନ୍ଧ୍ୟା

     ଯାହା ସହ କଥା ହେବା

ପାଇଁ ତୁ ରାସ୍ତାଘାଟ ତ

     କିଛି ବି ମାନୁନଥିଲୁ  

ପେଟରେ ଭୋକକୁ  

     ତୁ ତ ମାରି ଦେଉ ଥିଲୁ

କାହା ପାଇଁ ସେ ସବୁକୁ

      ତୁ ତ ପୁରା ଭୁଲିଗଲୁ....।।


ଆଜି ବି ମୁଁ ସେହି ସନ୍ଧ୍ୟା

     ଯାହାକୁ ଦେବା ପାଇଁ ଦି.. 

ତୁ ବର୍ଷାରେ ଭିଜି ଭିଜି

     କାଗଜ ଡଙ୍ଗା ତିଆରି 

କରିବା ମୁହୂର୍ତ୍ତେ ତୋର  

    କେତେ ସ୍ନେହ ମମତା ଭରି

ତିଆରି କରି ଦେଇ ଥିଲୁ

     ତୁ ସବୁ କିଛି ଭୁଲିଗଲୁ....।।

 

ଆଜି ବି ମୁଁ ସେହି ସନ୍ଧ୍ୟା

     ଯାହା ପାଇଁ ତୁ ତ ତୋର

କର୍ତ୍ତବ୍ୟରେ କେବେ ବି ତ

      ହେଳା କରୁ ଯେ ନଥିଲୁ

ଆଜି କହ କାହା ପାଇଁ

      ତୋ କର୍ତ୍ତବ୍ୟ ଭୁଲିଗଲୁ...।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance