Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ଆଖିରେ ଗୋଲାପି ପ୍ରିୟା

ଆଖିରେ ଗୋଲାପି ପ୍ରିୟା

1 min
363


ଗୋଲାପି ପ୍ରିୟା ମୋ ସରଗର ପରୀ

ଜହ୍ନର ଜୋଛନା ଧାର

ଗୋଲାପି ପ୍ରିୟା ମୋ ଆକାଶ ନୀଳିମା

ବିଜୁଳିର ସରୁ ଗାର I


ଗୋଲାପି ପ୍ରିୟା ମୋ ନୀଳକଇଁଟିଏ

ସରୋବରେ ଶୋଭାପାଏ

ସଞ୍ଜରୁ ସକାଳ ଗୋଟିଏ ଲୟରେ

ଜହ୍ନଦିଗେ ଚାହିଁଥାଏ I


ଗୋଲାପି ପ୍ରିୟା ମୋ ରାତିର ମହକ

ରଜନୀଗନ୍ଧାର ବାସ

ଗୋଲାପି ପ୍ରିୟା ମୋ ସପନ ମହଲେ

ପ୍ରୀତିମଖା ମଧୁମାସ I


ଗୋଲାପି ପ୍ରିୟା ମୋ ଅନ୍ଧାର ରାତିରେ

ଗଙ୍ଗଶିଉଳୀର ଶୋଭା

ଗୋଲାପି ପ୍ରିୟା ମୋ ଗୋଲାପ ପାଖୁଡା

ଦିଶେ ଭାରି ମନଲୋଭା I


ଗୋଲାପି ପ୍ରିୟାର ଗୋଲାପି ପଣରେ

ମନମୋ ଯାଇଛି ହଜି

ସେଥିପାଇଁ ମୋର ଆଖିତଳେ ତାର

ଛବି ଆଙ୍କୁଛି ମୁଁ ଆଜି I



Rate this content
Log in

Similar oriya poem from Romance