STORYMIRROR

KSHIRADRI SAHU

Abstract Others

3  

KSHIRADRI SAHU

Abstract Others

ଝରାଫୁଲ

ଝରାଫୁଲ

1 min
158

ଫୁଲଟିଏ ଫୁଟିଥାଏ କେତେ ସାଗରର

 ଫୁଟି ପୁଣି ହସୁଥାଏ ଘର ଅଗଣାରେ

 ତା ମହକରେ ପୁରି ଉଠେ

  କେତେ ଖୁସି କେତେ ମାଆ କୋଳେ।


ତା କୁନୀ କୁନୀ ପାଦ ଯେବେ

 ଥାପି ଚାଲୁଥାଏ ଦାଣ୍ତ ପିଣ୍ଡାରେ

 ସତେ ଅବା କଉ ସରଗର ପରୀକ୍ଷା

  ଓଲେହି ଆସିଛି ଏ ଧରାପୃଷ୍ଠରେ।

   

ତା କୁନୀ କୁନୀ ଓଠେ ଯେବେ

 ଡାକେ ବାପା ମାଆ

 ଜୀବନ ସାର୍ଥକ ପାଲଟିଯାଏ

  କି ବିଚିତ୍ର ନିୟମ ଏ ବିଧାତାର ଆହା।


ସେଇ କୁନୀ ଫୁଲ ଯେବେ

 ଫୁଟି ବଡ ହୁଏ

 କେତେ ଆଶାର କିରଣ ନେଇ

  ସାଥେ ଚାଲୁଥାଏ।

         

ଚାଲୁ ଚାଲୁ କେବେ ବାଟରେ

 କଣ୍ଟା ଭେଟ ହୁଏ

 ଆଉ ସେ କଣ୍ଟାରେ ରକ୍ତାତ ହୋଇ ସେ 

  ଝରାଫୁଲ ପରି ଅଦିନରେ ଝଡିଯାଏ ।


ସବୁ ଆଶା ଆଲୋକର ଦୀପ

 ଲିଭି ଅନ୍ଧାର ପାଲଟିଯାଏ

 କେତେ ନୀରହ ବାପାମାଆମାନେ ଝରାଫୁଲ

 ଭଳି ଅନେକ ଫୁଲ ବିୟୋଗରେ ଭାଙ୍ଗିପଡ଼ିଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract