STORYMIRROR

KSHIRADRI SAHU

Abstract Inspirational

4  

KSHIRADRI SAHU

Abstract Inspirational

ମୁଁ କଣ ଶାନ୍ତିରେ ଅଛି

ମୁଁ କଣ ଶାନ୍ତିରେ ଅଛି

1 min
235

ମୁଁ କଣ ଶାନ୍ତିରେ ଅଛି

ମୁଁ ଆଜି ଲୋମ ହିନ

ଶରୀର ମୋ ଜଳିଯାଏ

ସୂରୁଜ ପ୍ରଚଣ୍ଡ କିରଣେ।


ମୁଁ କଣ ଶାନ୍ତିରେ ଅଛି

ପଲିଥିନର ଖୋଳ ତଳେ

ଜଳ ଓ ପବନ ଅଭାବରେ

ସିଝି ସିଝି ମରିବା ପାଇଁ।


ମୁ କଣ ଶାନ୍ତିରେ ଅଛି

ସିମେଣ୍ଟ କଂକ୍ରିଟ ରାସ୍ତାରେ

ତତଲା ତାଉଆ ପରି

ତାତିଯାଏ ଦେହ ମୋର।


ମୁଁ କଣ ଶାନ୍ତିରେ ଅଛି

ସବୁଜ ଘରର ଭିତରେ

କାର୍ବନ ଆସ୍ତରଣ ତଳେ

ହିମାଳୟକୁ ତରଳିବାକୁ ।


ମୁଁ କଣ ଶାନ୍ତିରେ ଅଛି

କଳକାରଖାନା ଓ ଯୁଦ୍ଧର

ଧୂଆଁର ଓ ନିଆଁର ବାଦଲ

ଅଣନିଶ୍ବସ ଲାଗେ ମୋତେ।


ମୁଁ କଣ ଶାନ୍ତିରେ ଅଛି

ଗାଡିମଟରର ଧୂଆଁରେ

ଯୁଦ୍ଧାସ୍ତ୍ରର ରାସାୟନିକରେ

ମୃତ୍ୟୁ ପ୍ରାୟ ଲାଗେ ମୋତେ ।


ମୁଁ କଣ ଶାନ୍ତିରେ ଅଛି

ବନାଗ୍ନି ଲେଲିହାନ ଶିଖାରେ

ସମୁଦ୍ରର ବର୍ଧିତ ଜଳରାଶିରେ

ବନ୳୲ବାତ୳୲ ଓ ସୁନାମିରେ।


ମୁଁ  କଣ ଶାନ୍ତିରେ ଅଛି

ମୁଁ ଧରିତ୍ରୀ ମାଆ କହୁଛି

କାନ୍ଦି କାନ୍ଦି ଲୁହ ଗଡାଇ

ରକ୍ଷାକର ରକ୍ଷାକର ମୋତେ।


ମୁଁ  କଣ ଶାନ୍ତିରେ ଅଛି

ମାନବର ତାଡ଼ନା ସହି ସହି

କୋଳ ମୋର ଶୂନ୍ଯ ପଡେ

ଜୀବଜନ୍ତୁ ଓ ଗଛକୁ ହରାଇ।


ମୁଁ ଯଦି ଶାନ୍ତିରେ ରହିବି

ହେ,ମାନବ ସନ୍ତାନ ମୋର

ପ୍ରତିଜ୍ଞାବଦ୍ଧ ହୁଅ ତୂମେ

ଆଜି ବିଶ୍ଵ ଧରିତ୍ରୀ ଦିବସେ।


ଶାନ୍ତିରେ ରଖିବା ପାଇଁ ମୋତେ

ରକ୍ଷାକର ବିଶ୍ଵର ପରିବେଶ

ରକ୍ଷାକର ଜୀବଜନ୍ତୁ ଗଛଲତା

ରକ୍ଷାକର ଜଳ,ବାୟୁ ଓ ଧରିତ୍ରୀକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract