Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance Classics

3  

ବି. ନିରୁପମା

Romance Classics

ଧୀରେ ସଖି ଝୁଲାଅ ଏ କୁସୁମ ଦୋଳି

ଧୀରେ ସଖି ଝୁଲାଅ ଏ କୁସୁମ ଦୋଳି

1 min
337



ଧୀରେ ସଖି ଝୁଲାଅ ଏ

କୁସୁମ ଦୋଳି,

ଦେଖୁନା କି ଶ୍ୟାମ ଅଙ୍ଗେ

ପଡ଼ୁଛି ଢଳି ।(ଘୋଷା)

ଧୀରେ ସଖି ଝୁଲାଅ ଏ

କୁସୁମ ଦୋଳି....


ଲାଗୁଛି କରୁଛ ଜାଣି,

ଦେଖିବାକୁ ଆମ୍ଭ ଠାଣି ।

ଶୁଣୁଛ ତ ସବୁ ବାଣୀ

ଏକାଠି ମିଳି ।(୧)

ଧୀରେ ସଖି ଝୁଲାଅ ଏ

କୁସୁମ ଦୋଳି....


କର ଏତେ ପରିହାସ,

ଲଜ୍ଜା ହେଲାଣିକି ଶେଷ !

ଉଡ଼ି ଗଲାଣି ମୋ ବାସ

ପବନେ ଖେଳି ।(୨)

ଧୀରେ ସଖି ଝୁଲାଅ ଏ

କୁସୁମ ଦୋଳି....


ଜାଣିଶୁଣି ଚିତ୍ତଚୋର,

ମହତ ସାରନ୍ତି ମୋର ।

ଅପବାଦକୁ ମୋ ଡର

ଶମନୁ ବଳି ।(୩)

ଧୀରେ ସଖି ଝୁଲାଅ ଏ

କୁସୁମ ଦୋଳି ....


ଦେଖୁନା କି ଶ୍ୟାମ ଅଙ୍ଗେ

ପଡ଼ୁଛି ଢଳି ।

ଧୀରେ ସଖି ଝୁଲାଅ ଏ

କୁସୁମ ଦୋଳି.... 


Rate this content
Log in