ବୁଢୀ ବୃକ୍ଷର କାହାଣୀ
ବୁଢୀ ବୃକ୍ଷର କାହାଣୀ
କେତେ ଆଉ ଦୋହଲେଇବୁ ମୋତେ
ମୋର କ'ଣ ଆଉ ସେ ଯବାନୀ ଅଛି
ମୁଁ ପରା ବୁଢ଼ୀ ବୃକ୍ଷ ହେଲିଣି
ଫଳ ସବୁ ଝଡି ସାରିଛି
ଫୁଲ ଝଡି ମଉଳି ସାରିଲେଣି ;
ପତ୍ରଗୁଡାକ ପଡିଯାଇଛନ୍ତି ଯେ
ଉଠିବାର ପ୍ରଶ୍ନ ବି ଧରୁନାହାଁନ୍ତି
ଶାଖା ପ୍ରଶାଖାଗୁଡା ଘୁମେଇ ପଡିଲେଣି ;
ପାଣି ଟୋପେ ପାଇଁ ଚାତକ ପରି
ଆକାଶକୁ ଆଖି ମାରୁଛି
ବୁଢୀଟା ବୋଲି ସେ ବି ତତେଇ ଦେଉଛି ;
ତେଣୁ ଆଉ ରାଗେନା, ଅଝଟ କରନା
ଏତେ ଜୋରରେ ଦୋହଲାଇ ଦେଇଛୁ ଯେ
କେତେବେଳେ ସମୂଳେ ଟଳି ପଡିବି.

