କୁସୁମ ରାଣୀ
କୁସୁମ ରାଣୀ
ଶ୍ରବଣେ ଶୁଣ ମର୍ମ ବାଣୀ କୁସୁମରାଣୀ
ମୌନେ ମୁହିଁ ବସିଛି ଚାହିଁ ବଉଳ କଷି
ମଗ୍ନେ ଦେଖେ ଚପଳ ତୁମ୍ଭ ନୟନ ବେନି
ସ୍ୱପ୍ନେ ବକ୍ରେ କହୁଛ ଆସି ସସ୍ମିତେ ହସି l
କଳ୍ପଲୋକେ ସଜ୍ଜିତ ମୁଁ ଯେ ରାଜକୁମାର
ଅଶ୍ୱ ପୃଷ୍ଠେ କୌତୁକେ ଭ୍ରମେ ଅମ୍ବର ଦେଶ
ଅଙ୍କେ ବସି ଚନ୍ଦ୍ରହାସୀ ମୁଗ୍ଧେ ଦୃଷ୍ଟି ତୋର
ସମୀରେ ମୋର ବକ୍ଷେ ବାଜେ ସୁକେଶ ବାସ l
ଦୃଷ୍ଟି ଦେଖେ ସବୁଜ ଶୁଭ୍ର ଗିରି ନିର୍ଝର
ପାଦପ ଲତା ପୁଷ୍ପ ରାଶି ଭ୍ରମର ଦଳ
ଲୁବ୍ଧ ଚିତ୍ତ କୋକିଳ ସ୍ଵନ ପତ୍ର ମର୍ମର
ଦର୍ପକ ଦର୍ପେ ବିଦ୍ଧ କରେ ହୃଦୟ ସ୍ଥଳ l
ସଲ୍ଲଜେ ଚିନ୍ତେ ସ୍ୱପ୍ନାଲୋକେ ମୁଁ ହତଭାଗ୍ୟ
ଖର୍ବ ହୋଇ ଜହ୍ନେ ଲକ୍ଷ୍ୟ ଏ କି ସଉଭାଗ୍ୟ l

