STORYMIRROR

Nityananda Mohanty

Romance

4  

Nityananda Mohanty

Romance

ଛବି ମୁଁ ଆଙ୍କିଛି ସଖି ! -------

ଛବି ମୁଁ ଆଙ୍କିଛି ସଖି ! -------

1 min
404


ହୃଦୟର କଥା ମୁହଁରେ କହିନି ହାତରେ ଲେଖିଛି ବସି

ପଢୁଥିବ ଏକା ସରମେ ଗୋପନେ ଲାଜେଲାଜେ ଅଳ୍ପେ ହସି

ତୁମ ରୂପ ଛବି ଚପଳ ଭ୍ରୂଭଙ୍ଗୀ ମୃଦୁ ହାସ୍ୟରେଖା ଠାଣି

ଶୁଭ୍ର ବାସ ବେଶ ଘନକୃଷ୍ଣ କେଶ କୋକିଳ କଣ୍ଠରବାଣୀ

ଘନ ଜଘନା ଗୋ ସଖି

ଭାବି ଭାବି ବସି ଛବି ମୁଁ ଆଙ୍କିଛି ଲାବଣ୍ୟ ମୂରତି ଦେଖି l


ଯଦି ହୋଇଥାନ୍ତି ଚିତ୍ରକର ଅବା ପଥର ମୂରତି ଶିଳ୍ପୀ

ଗଢ଼ିଦେଇଥାନ୍ତି  ଜୀବନ୍ତ ଊର୍ବଶୀ ରମ୍ଭା ମେନକାକୁକଳ୍ପି

ତଳିପାଠୁ ତାଳୁ ଲଳିତ ଲାବଣ୍ୟ ଯଥା ଯୋଗ୍ୟ ଯଥାସ୍ଥାନେ

ତା ଦେଖି ଚକିତ କୁହନ୍ତ ସତତ ସମ ନ ହୋଇବେ ଜଣେ

ସାମାନ୍ୟ ମାତ୍ର  ମୁଁ କବି

ରଂଗତୂଳୀ କାହିଁ କାହିଁବା ନିହାଣ ଗଢିବି ତୁମର ଛବି l


ହୃଦୟ ଦେଇ ମୁଁ ତୁମ ହୃଦୟର ଭାବକୁ ଛୁଇଁଛି ଯାହା

ଶବ୍ଦରେ ଶବ୍ଦରେ ଫୁଟେଇ ଦେଇଛି ପଢୁଥିବ ବସି ତାହା

ବିଳମ୍ବ ନ କରି ଉତ୍ତର ଲେଖିବ ଫୁଲର ଶେଯରେ ବସି

ମଳୟ ପବନେ ସୁଝୀନ ବସନ ପଡୁଥାଉ ପଛେ ଖସି

ଆଗୋ ମୋ ହୃଦୟେଶ୍ବରୀ

ଚାହିଁ ବସିଅଛି ମଧୁର ସମ୍ମତି ନାହିଁ କହିବନି ଗୋରୀ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance