STORYMIRROR

Nityananda Mohanty

Abstract

4  

Nityananda Mohanty

Abstract

ଫେରିଯିବା ଥରେ ଅରଣ୍ୟକୁ

ଫେରିଯିବା ଥରେ ଅରଣ୍ୟକୁ

1 min
259

ଫେରିଯିବା ଆସ ବନ୍ଧୁ!

ଆଉ ଥରେ ଅରଣ୍ୟକୁ

ଦେଖିବା ଆଉ ଥରେ କିପରି

ଝରି ପଡୁଛି ଫୁଟିଲା ଫୁଲରୁ ବାସ୍ନା

ଖେଳେଇ ଯାଉଛି ଶୀତଳ ପବନ

ଚହଲି ଦେଉଛି କଅଁଳ ପତ୍ରକୁ

ଶ୍ରାବଣର ଓଢଣା ଭିତରୁ ଗୀତ ଗାଇ

ଟପଟପ ବର୍ଷାର ଛୁଆଁ l


ଫେରିଯିବା ଆସ ବନ୍ଧୁ !

ଆଉ ଥରେ ଅରଣ୍ୟକୁ

ଶୁଣିବା ଆଉ ଥରେ କୋଇଲିର ଗୀତ

ଦେଖୁଥିବା ପୁଚ୍ଛ ହଲେଇ ନାଚୁଥିବା ମୟୂରର ନୃତ୍ୟ

ଛନ୍ଦ ଚପଳ ଚାଲି, ତରଳ ନେତ୍ର ଭଙ୍ଗୀ ହରିଣୀର

ଥୁକୁଲୁ ଥୁକୁଲୁ ଠେକୁଆ ଛୁଆର

ତ୍ରସ୍ତ ନିରୀହ ଗୋପନ ଯାତ୍ରା

ଛାଇ ଆଲୁଅର କୋଳାକୋଳି ଉଜ୍ଜ୍ୱଳ ଅଭିସାର l


ଫେରିଯିବା ଆସ ବନ୍ଧୁ !

ଆଉ ଥରେ ଫେରିଯିବା ଅରଣ୍ୟକୁ

ଯାହାର ଛଳ ନାହିଁ କି ମଳ ନାହିଁ

ଯେଉଁଠି ଉତ୍ତାପ ନାହିଁ କିମ୍ବା ଭୟ ନାହିଁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract