ବିରହ ଚିତା
ବିରହ ଚିତା
ବଂଧୁ ପଢ କି ନ ପଢ଼ ରସ କବିତା
ମୁଁ ଲେଖୁଥିବି ବସି ପ୍ରଣୟ ପିପାସୀ
ହୃଦୟ ତଳର ଗୋପନ କଥା l
କୁଞ୍ଚିତକେଶୀ ଯଉବନ ପ୍ରେମ ଉନ୍ମତ୍ତା
ଯେବେ ସେ ଦେଖିଲା ସମ୍ମୁଖେ ମୁଁ ଉଭା
ଦରହାସୀ ହେଲା ମୂର୍ଚ୍ଛିତା l
ସଲ୍ଲଜେ ନୁଆଇଁ ସଂଭ୍ରମେ ତାର ମଥା
କହିବାକୁ ମୋତେ ଚାହିଁବାକୁ ବାଳା
ଘାରିଲା କି ତାର ମଦନ ଚିନ୍ତା l
ଫୁଲସୁକୁମାରୀ ଚାହିଁଲା ନାହିଁ ବଢିଲା ବ୍ୟଥା
ଭାବିଲା କି ମନେ କେବେ ଆଉ ଥରେ
ଭଲ ପାଏ ବୋଲି କହିବ କଥା l
ସେଦିନୁ ଚପଳଛନ୍ଦାର ଭାଙ୍ଗିନାହିଁ ନୀରବତା
ଆସି ନାହିଁ ଥରେ ଭ୍ରୂଭଙ୍ଗୀ ନଚେଇ
ଉଡାଇ ଅଂଚଳ କନକ ଲତା l
ଗାଉଅଛି ବଂଧୁ ନିଶବ୍ଦେ ପ୍ରିୟା ପ୍ରଣୟ ଗୀତା
ଆସୁ କି ନ ଆସୁ ଯୋଜନଗନ୍ଧା ମୋ
ଜାଳିଦେବି ଶେଷେ ବିରହ ଚିତା ।

