STORYMIRROR

Satyanarayan Sahoo

Romance

3  

Satyanarayan Sahoo

Romance

କିଛି କ୍ଷଣ

କିଛି କ୍ଷଣ

1 min
206


କିଛି କ୍ଷଣ ମଧ୍ୟେ ଘଟି ଯାଏ ଅଚାନକ

ପରିବର୍ତ୍ତନ ଯେ ନିତି ଅସଂଖ୍ୟ ଅନେକ ।


ଅବାନ୍ତର ଭାବନାର ଭାରରେ ଆକ୍ରାନ୍ତ

ହୋଇ ପଡି ମନ ମୋର ଭାଳଇ ଏମନ୍ତ ।


ସମୟର ପ୍ରବାହରେ କେତେ ଯେ ନିମିଷ

ମିଶି ଯାଏ ବେଗବାନ ମହାକାଳେ ଯଶ ।


କିନ୍ତୁ ରହେ ସମୟର ଉଜ୍ଜ୍ୱଳ ଆଲେଖ୍ୟ

ଆଙ୍କି ବସେ ମନ ଯାହା ଭାବନା ପ୍ରତ୍ୟକ୍ଷ ।


କରି ଥାଏ କିଛି କ୍ଷଣ ମଧ୍ୟରେ କଳ୍ପନା

ମନର ଗହନ ଦେଶେ ନିଗୂଢ ଭାବନା ।


ଭାବର ଭଉଁରୀ କୋଳେ ଆଛନ୍ନ ଚେତନା

ଆଣୁ ଥାଏ ଯେତେ ନବ ଭାବ ସଂଭାବନା ।


କାଳ୍ପନିକ ଚିତ୍ରାବଳି ମନ ଆସ୍ତରଣେ

ଅଲିଭା ରହଇ ଯେତେ ଜାଗେ ପ୍ରତିକ୍ଷଣେ ।


>

ପ୍ରତ୍ୟକ୍ଷ କାରୀରର ପ୍ରତି ପଲକେ ସେ ସବୁ

ବେଳେ ବେଳେ ପୁଣି ଜାଗରିତ ହୁଏ ସବୁ ।


କିଛି କ୍ଷଣ ଅନ୍ତରରେ ଅନନ୍ତ ଭାବନା

ଅନୁଭବ ଅନୁଭୁତି ଅଜସ୍ର କଳ୍ପନା ।


ଅଭିନବ ଛନ୍ଦ ତୋଳି ନାଚେ ଅବିରତ

ଆନମନା କରେ ପୁଣି ଭାବନା ତୁରିତ ।


ତରଙ୍ଗିତ ଭାବା ଲୋକେ ଭାବର ପ୍ଲାବନେ

ଭାବମୟୀ ଚିଦାକାଶେ ନିତି କିଛି କ୍ଷଣେ ।


ଅକଳନ ଭାବରାଶି ସୂଜନ ନିପୁଣ

ଚିତ୍ତର ଚାଞ୍ଚଲ୍ୟକର ଭାବ ଉନ୍ମାଦନ ।


ଉନ୍ମାଦିତ କରି କରେ ଅଥୟ ବିକଳ

କିଛି କ୍ଷଣ ଅନ୍ତର ରେ ଯାହା ସୁ‐ଚଞ୍ଚଳ ।


ଚାଳିତ ହୁଅଇ ଖରେ ପୁଣି ଭାବାବେଗେ

ବୁଡାଏ ଉଠାଏ ମନ ଅତଳ ଆବେଗେ ।



Rate this content
Log in

Similar oriya poem from Romance