STORYMIRROR

Reena Dwibedy

Romance

4.0  

Reena Dwibedy

Romance

ପ୍ରତାରଣା

ପ୍ରତାରଣା

1 min
233


ପ୍ରେମର ମାନେ ସିନା ପ୍ରତାରଣା 

ପ୍ରମାଣ କରିଦେଲ କହି କହି ପ୍ରିୟତମା

ଯୁଗେ ଯୁଗେ ପ୍ରେମର ଉଦାହରଣ ସାଜିଥିଲେ

ଆକାଶ ସହ ଧରା ପୁଣି କଇଁ ସହ ଚନ୍ଦ୍ରମା ।


ପ୍ରେମର ମାନେ ସିନା ଛଳନା

ପ୍ରମାଣ କରିଦେଲ କହି କହି ସୁନୟନା

ରାଧା କୃଷ୍ଣ ପ୍ରେମେ ଝରୁଥିଲା ତ୍ୟାଗ ରୁପି ଝରଣା

ତଥାପି ସମାଜ କୁହେ ଲମ୍ପଟିଆ କପଟିଆ କାହ୍ନା ।


ତୁମେ ମୋର ମୁଁ ତୁମର ହୃଦୟରେ ଲେଖିଦେଲ ସିନା

ନିଜର ବ୍ୟକ୍ତିତ୍ବକୁ ବଞ୍ଚାଇବା ପାଇଁ ନିଜ ପ୍ରେମିକାର ପରିଚୟ ଦେଲନି ଜମା ।



Rate this content
Log in

Similar oriya poem from Romance