ଆନ୍ଦୋଳନ
ଆନ୍ଦୋଳନ
ଭାଷା, ଧର୍ମ, ଜାତି, ସଂସ୍କୃତି କୁ ନେଇ
ମାତି ଉଠୁଛି ଆଜି ଆନ୍ଦୋଳନ
ସେତିକିରେ ଥମି ନାହିଁ ଜଳ ମାଟି କୁ ନେଇ
ଦେଖାଣିଆ କରୁଛି ଖାଲି ପର୍ଯ୍ୟବେକ୍ଷଣ
ଆନ୍ତରିକତା ନାହିଁ ସମସ୍ୟା ର ସମାଧାନ ପ୍ରତି
ଅନ୍ୟ କୁ ଦୋଷ ଦେଇ ଆନ୍ଦୋଳନ ରେ ଯାଉଛନ୍ତି ମାତି
ମଦ ବନ୍ଦ ର ନାରା ଦେଇ ଦେଇ ନାରୀଙ୍କୁ ଅପମାନ ଦେଉଛ
ନାରୀ ଜାତି ପୁଣି ହୋଇକି ଘରେ ଯୌତୁକ ପୁରାଉଛ
ମିଛି ମିଛିକା ରେ ନାରୀ ସୁରକ୍ଷା ର କବକ ସାଜୁଛ
ଆନ୍ଦୋଳନ ନାଁରେ ରାଜନୀତି ତାଲିମ ଦେଉଛ
ଦୟା କ୍ଷମା ସ୍ନେହ ବୁଝାମଣା ଆଜି ଚୁଲିକି ଗଲା
ରାଗ ହିଂସା କ୍ରୋଧ ରେ ଆଜି ଆନ୍ଦୋଳନ ତେଜିଲା
ସମାଜ ର ପ୍ରଗତି ଉନ୍ନତି ର ମୂଳମନ୍ତ୍ର ନୁହେଁ ଆନ୍ଦୋଳନ
ସଭିଙ୍କୁ ଆଦରି ଭାଇଚାରା ରଖି
ପ୍ରଗତି ରେ ଆମେ ଦେବା ମନ
ପ୍ରଗତି ରେ ଆମେ ଦେବା ମନ
