ପ୍ରେମ
ପ୍ରେମ
ପ୍ରେମ ର ଶାମୁକା ଖୋଜିବା କୁ ଯାଇ
ସମୁଦ୍ର ଭିତରେ ହଜିଗଲି ସିନା
ସ୍ୱାର୍ଥ ଲୋଭି ଭିଡ଼ ଭିତରେ କାକର ବିନ୍ଦୁକୁ ମୋତି ଭାବି
ଧାରଣ କଲି, ସାକ୍ଷୀ ରଖି ତୁମକୁ କାହ୍ନ!
ହାତଭାଗିନୀ ରାଧା କୁ ପ୍ରେମ ର ମୁକ ସାକ୍ଷୀ ରଖି
ଛାଡି ଦେଇଗଲ କାନ୍ହା
ମୁଁ ପାଗଳୀ ସବୁ ଜାଣି ଶୁଣି ହେଲି ଅଜଣା
ପଥର ମୂର୍ତ୍ତି କୁ କୋଳେଇ ନେଇ ଭାବିଲି କାହ୍ନା
ପ୍ରେମ ହିଁ ତ କେବଳ ମାଗିଥିଲି କାହ୍ନା
ହୀରା ମୋତି ଲୋଡ଼ା ନ ଥିଲା
ପ୍ରେମ ର ପ୍ରତୀକ ପ୍ରେମ ର ପ୍ରତିମୂର୍ତ୍ତି କାହ୍ନା
ପ୍ରେମର ମାନେ କିନ୍ତୁ ପ୍ରତାରଣା
ଏ କଥା ଭୁଲିଯାଇଥିଲି କାହ୍ନା
ଏ କଥା ଭୁଲିଯାଇଥିଲି କାହ୍ନା

