STORYMIRROR

Bidyadhar Mantry

Abstract Romance Classics

4  

Bidyadhar Mantry

Abstract Romance Classics

ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି

ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି

2 mins
234


କବି କଳ୍ପନାରେ ଜୟ ରାଧା ହରି

ପ୍ରେମ ଧାରେ ଅପ୍ରାକୃତ

ସେ ପ୍ରେମ ପ୍ରକୃତି ସମ୍ବନ୍ଧିତ ନୁହେଁ 

ରହସ୍ୟ ପ୍ରାୟ ଜଡ଼ିତ

ରାଧାକୃଷ୍ଣ ଏକ ଆତ୍ମା ଭିନ୍ନ ଦେହେ

ଆତ୍ମା ଅଦୃଶ୍ୟ ରୂପରେ

ଆତ୍ମାକୁ କେବଳ ଅନୁଭବ ଯୋଗ୍ୟ

କୃଷ୍ଣ ରୂପ ଦର୍ଶନରେ

ଆଦର୍ଶ ପ୍ରେମରେ ଭକ୍ତି ଗୁଣ ଯୁକ୍ତ

ରାଧା ତ୍ୟାଗ ର ପ୍ରତୀକ 

ଅତୁଳନୀୟା ଓ ଅବର୍ଣ୍ଣନନୀୟା 

କୃଷ୍ଣ ଭାବରେ ଭାବୁକ

ଶ୍ରୀରାଧାଙ୍କ ଆବିର୍ଭାବ ସମ୍ପର୍କରେ

ମତବାଦ ଭିନ୍ନ ଭିନ୍ନ 

ଜାତ ଶ୍ରୀକୃଷ୍ଣଙ୍କ ଦକ୍ଷିଣ ଅଙ୍ଗରୁ 

ତନ୍ମଧ୍ୟରୁ ପୁଣି ମାନ୍ୟ

ଯିଏ ରାଧା ସିଏ କୃଷ୍ଣ ମତବାଦ

ବୈଷ୍ଣବୀୟ ଶାସ୍ତ୍ର ଧାରେ

ଅଲଗା ବିଗ୍ରହ କିନ୍ତୁ ଆତ୍ମା ଏକ

ଗୂଢ ରହସ୍ୟ ଘେରରେ

ଅନ୍ୟ ଏକ ମତବାଦ ଅନୁଯାୟୀ 

ସୂର୍ଯ୍ୟଦେବ ପ୍ରତି ବର 

ବୃଷଭାନୁ ରୂପେ ଜନ୍ମିଲେ ଦ୍ୱାପରେ

ଶ୍ରୀରାଧା କନ୍ୟା ତାଙ୍କର

ପୁରାଣ ବର୍ଣ୍ଣିତ ତଥ୍ୟ ଅନୁଯାୟୀ

ରାଧା ଆଯୋନି ସମ୍ଭୂତା 

ପ୍ରସ୍ପୁଟିତ ପଦ୍ମ ଫୁଲ କେଶରରେ

ଦେଖିଲେ କୀର୍ତ୍ତିଦା ମାତା

ଜନ୍ମ ଠାରୁ ତିନିଦିନ ଚକ୍ଷୁ ଦ୍ବୟ 

ଥିଲା ମୁଦ୍ରିତ ଆକାରେ

କ୍ରମେ କୃଷ୍ଣ ନାମ ଶୁଣି କର୍ଣ୍ଣ ଧାରେ

ଚକ୍ଷୁ ଖୋଲିଲା ଅଚିରେ

ଅନ୍ୟ ମତବାଦ ରହସ୍ୟ ଜନିତ 

ଯୋଗ ମାୟା ଶକ୍ତି ବଳେ

ଶ୍ରୀରାଧାଙ୍କ ଆବିର୍ଭାବ କାଳ କ୍ରମେ

ମାତା କୀର୍ତ୍ତିଦାଙ୍କ କୋଳେ

ଦେବକୀଙ୍କ ପରି ଅନୁଭୂତି ମାତ୍ର

କୀର୍ତ୍ତିଦା କୋଳ ମଣ୍ଡନ

ଅଯୋନି ସମ୍ଭୂତା ଶ୍ରୀରାଧା ଧରାରେ 

ଆପେ ହେଲେ ଅବତୀର୍ଣ୍ଣ 

ଅଲୌକିକ କାର୍ଯ୍ୟକଳାପର ଧାରେ

କୃଷ୍ଣ ସ୍ଵୟଂ ଭଗବାନ

ବ୍ରଜ ଧାମେ ଆକର୍ଷଣ କେନ୍ଦ୍ର ବିନ୍ଦୁ

କ୍ରମେ ହେଲା ସମ୍ପାଦନ

ପ୍ରେମର ଆଧାର ଶ୍ରୀରାଧା ପ୍ରେମିକା

ସାକ୍ଷୀ ଯମୁନାର ଜଳ

ସାକ୍ଷୀ କେଳି କୁଞ୍ଜ,ସାକ୍ଷୀ ସହଚରୀ

ସାକ୍ଷୀ ଗୋପୀ ଓ ଗୋପାଳ

ଆକାଶକୁ ଚାହିଁ ଭାବୁଛନ୍ତି ରାଧା

ଆକାଶର ରଙ୍ଗ ନୀଳ 

ନୀଳ ତମାଳ ଓ ଯମୁନାର ଜଳ

କୃଷ୍ଣ ସ୍ଵୟଂ ରଙ୍ଗ ନୀଳ 

ପୁରୁଷ ପ୍ରକୃତି ମିଳନର ଗାଥା

ଆତ୍ମା, ଆତ୍ମା ସହ ଲୀନ 

ଶ୍ରୀରାଧା ମାଧବ ଏକ ଦିବ୍ୟ ଆତ୍ମା

ଅବିଚ୍ଛେଦ୍ୟ ଚିରାମ୍ଳାନ

ରାଧା ସ୍ଵୟଂ ଶକ୍ତି ,କୃଷ୍ଣ ଶକ୍ତିମାନ 

ଉଭୟଙ୍କ ସଂଯୋଗରେ

ଜଗତ କଲ୍ୟାଣ ପାଇଁ ଅଭିପ୍ରେତ

ଶକ୍ତି ଶକ୍ତିମାନ ଧାରେ

ଶ୍ରୀକୃଷ୍ଣ ଅଟନ୍ତି ପରମ ପୁରୁଷ

ରାଧିକା ହିଁ ନିତ୍ୟ ଶକ୍ତି

ସର୍ବ ଗୁଣ ଯୁକ୍ତା ରାଧା ଆଦି ଲକ୍ଷ୍ମୀ

କୃଷ୍ଣଙ୍କର ଆଦି ଶକ୍ତି

ରାଧାକୃଷ୍ଣ ଦୁହେଁ ହିଁ ଅଯୋନି ଜନ୍ମା 

ଦିବ୍ୟ ଚିନ୍ମୟ ଶକ୍ତିରେ

ପୂର୍ଣ୍ଣବ୍ରହ୍ମଙ୍କର ଆବିର୍ଭାବ ମାତ୍ର

ନୁହେଁ ମାତୃ ଗର୍ଭରେ

କୃଷ୍ଣ ତତ୍ତ୍ଵ ଜିଜ୍ଞାସା ରେ ହିଁ ସୀମିତ

ମାନିନୀ ପ୍ରେମିକା ରାଧା

ଗୀତଗୋବିନ୍ଦ ରେ ରାଧା ସ୍ଵୟଂ ଲକ୍ଷ୍ମୀ

ରାଧା ବିନା କୃଷ୍ଣ ଅଧା 

କାଳ୍ପନିକ ଗୀତିନାଟ୍ୟ ଆକାରରେ

ଗୀତଗୋବିନ୍ଦ ରଚନା

ରାଧାକୃଷ୍ଣଙ୍କର ମାନ ଅଭିମାନ

ପୁନର୍ମିଳନ ବର୍ଣ୍ଣନା 

ଆତ୍ମା ପରମାତ୍ମା ମିଳନର ଗାଥା

ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ

ଆଲିଙ୍ଗନ ମୁଦ୍ରା ସହିତରେ ରାଧା

ଜଗନ୍ନାଥଙ୍କ ଅଙ୍ଗରେ

କୃଷ୍ଣ ଯହିଁ ଗୋପ ତହିଁ ପୁରୀ ସେହି

ରାଧା କୃଷ୍ଣଙ୍କ ଅଙ୍ଗରେ

ଆଲିଙ୍ଗନ ମୁଦ୍ରା ସହ ବିଦ୍ୟମାନ

ରାଧାକୃଷ୍ଣ ଏକାକାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract